ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 14, 2022

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମସ୍ତଙ୍କ ନଜର ଏବେ ଭାରତ ଉପରେ ରହିଛି। ଏହିକ୍ରମରେ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ବ୍ରିଟେନ ସିଧାସଳଖ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ ଘୋଷଣା କରିଛନ୍ତି। ଏପରି କି ଜନସନ ନିକଟରେ ୟୁକ୍ରେନର ରାଜଧାନୀ କିଭ୍‌ରେ ପହଞ୍ଚି ବିଭିନ୍ନ ସ୍ଥିତିର ସମୀକ୍ଷା କରିଥିଲେ।ୟ

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ଆଲୋଚନା କରି ଜନସନ ବ୍ରିଟେନ ଫେରିଛନ୍ତି। ୟୁକ୍ରେନରୁ ଫେରିବା ପରେ ସେ ଏବେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି। ଜନସନ ଦିଲ୍ଲୀରେ ପହଞ୍ଚିବା ପରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବେ।

ଏହି ବୈଠକରେ ରୁଷ ଓ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠିବ ବୋଲି କୁହାଯାଉଛି। ବିଶେଷ କରି ରୁଷ ଠାରୁ ଭାରତ କିଣିବାକୁ ଥିବା ତୈଳ, ଜାତିସଂଘରେ ଭାରତ ଯୁଦ୍ଧ ପ୍ରସଙ୍ଗରେ ଆସୁଥିବା ପ୍ରସ୍ତବାର ଭୋଟ ଦାନରୁ ବିରତ ରହିବା ଓ ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଆଦି ବିଷୟରେ ଉଭୟ ନେତା ଆଲୋଚନା କରିବେ।

ମିଳିଥିବା ସୂଚନା ଅନୁସାରେ, ଭାରତ ଯେମିତି ରୁଷ ବିରୋଧରେ ଯିବ ସେଥିପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ ଚାପ ପକାଇବାକୁ ଚେଷ୍ଟା କରିପାରନ୍ତି। ହେଲେ ଆମେରିକା ଭଳି ବ୍ରିଟେନ ମଧ୍ୟ ଏଥିରେ ସଫଳତା ପାଇ ନପାରେ। ଜନସନଙ୍କ ସହ ଏଫଟିଏର ପ୍ରୋଗ୍ରେସ ଓ ସାମାରିକ ଡିଲ୍ ଚୂଡ଼ାନ୍ତ ସମ୍ପର୍କରେ ହିଁ ଭାରତ ସରକାର ଆଲୋଚନା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏପ୍ରିଲ ୨୨ ତାରିଖରେ ଦିଲ୍ଲୀରେ ଜନସନଙ୍କ ପାଇଁ ଭାରତ ସରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବେ ବୋଲି ମଧ୍ୟ ଜଣାପଡ଼ିଛି।

ସେହିଦିନ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାର ଅଛି। ହେଲେ ଜନସନ କେବେ ଭାରତ ପହଞ୍ଚିବେ ଓ କେତେ ଦିନିଆ ଗସ୍ତରେ ସେ ଆସୁଛନ୍ତି, ସେବିଷୟରେ ଜଣାପଡ଼ିନି। କେବଳ ଆସନ୍ତା ସପ୍ତାହରେ ହିଁ ସେ ଭାରତ ଆସିବେ ବୋଲି କୁହାଯାଉଛି।

The post ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/R1tdZIw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages