ସମ୍ବଲପୁର (ସଞ୍ଜୟ ଜେନା): କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ଆଜିଠାରୁ ପୁଣି ଥରେ ଗଡ଼ିଛି। ସମ୍ବଲପୁର ରେଳ ଷ୍ଟେସନରୁ ଏହି ଟ୍ରେନ୍ ଆଜି ସକାଳ ୬ଟାରେ ଛାଡ଼ିଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ଅନ୍ୟ ବିଜେପି ନେତା ଓ କର୍ମୀମାନେ ଷ୍ଟେସନକୁ ଯାଇ ଟ୍ରେନ ଡ୍ରାଇଭର ମାନଙ୍କୁ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ।
ଏହି ଟ୍ରେନ୍ ପୁଣି ଚାଲିଥିବାରୁ ଯାତ୍ରୀମାନେ ଖୁସି ଅଛନ୍ତି। ସେମାନେ କହିଛନ୍ତି, କୋଭିଡ୍ ଯୋଗୁଁ ପ୍ରାୟ ୨ ବର୍ଷ ହେଲାଣି ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ବନ୍ଦ ହୋଇଯାଇଥିଲା। ବହୁତ ଦିନ ପୂର୍ବରୁ ଏହି ଟ୍ରେନ୍କୁ ପୁଣି ଚଳାଇବାର ଥିଲା। ବିଳମ୍ବ ହେଲେ ବି ଆଜିଠୁ ପୁଣି ଏହି ଟ୍ରେନ୍ ଗଡ଼ିଥିବାରୁ ସମସ୍ତେ ଖୁସି ଅଛନ୍ତି। ସମ୍ବଲପୁରରୁ ଭୁବନେଶ୍ୱର ଓ ପୁରୀ ଯାଉଥିବା ଲୋକଙ୍କ ପାଇଁ ଏହି ଟ୍ରେନ୍ ଏକ ସୁବିଧା ମାଧ୍ୟମ। ଏଥିରେ ଗଲେ ବସ୍ ଅପେକ୍ଷା କମ୍ ଖର୍ଚ୍ଚ ମଧ୍ୟ ହେଉଛି।
ଏହି ଟ୍ରେନର ପୁନଃ ଚଳାଚଳ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। କିଛି ଦିନ ତଳେ ବିଜେପି ବିଧାୟକମାନେ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ। ଏହି ସାକ୍ଷାତ ବେଳେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନର ପୁନଃ ଚଳାଚଳ ପାଇଁ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ଆଉ ରେଳମନ୍ତ୍ରୀ ଏପ୍ରିଲ ୧୦ ତାରିଖରୁ ଏହି ଟ୍ରେନ୍ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
The post ପୁଣି ଗଡ଼ିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି appeared first on Odisha Reporter.
from Odisha Reporter https://ift.tt/EawNkLe
No comments:
Post a Comment