ଗାଦିଚ୍ୟୁତ ପରେ ଇମ୍ରାନ ଖାନ୍‌ଙ୍କ ମୁଖପାତ୍ରଙ୍କ ଘରେ ରେଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 9, 2022

ଗାଦିଚ୍ୟୁତ ପରେ ଇମ୍ରାନ ଖାନ୍‌ଙ୍କ ମୁଖପାତ୍ରଙ୍କ ଘରେ ରେଡ୍‌

ଇସଲାମାବାଦ: ପାକିସ୍ତାନରେ ମିଡ୍‌ ନାଇଟ୍‌ ହଙ୍ଗାମା ପରେ ଇମ୍ରାନ୍‌ ଖାନ୍‌ଙ୍କ ସରକାର ରାଜନୈତିକ ମଇଦାନ୍‌ରୁ ଆଉଟ୍‌ ହୋଇଯାଇଛି। ପାକିସ୍ତାନ ନ୍ୟାସନାଲ ଆସମ୍ବଲିରେ ଅନାସ୍ଥା ପ୍ରସ୍ତାବ ହାରିଛନ୍ତି ଇମ୍ରାନ୍‌। ପାକିସ୍ତାନ ଇତିହାସରେ ଇମ୍ରାନ ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କୁ ଅନସ୍ଥା ପ୍ରସ୍ତାବ ଜରିଆରେ ହଟାଇ ଦିଆଯାଇଛି। ଇମ୍ରାନ୍‌ ଗାଦିଚ୍ୟୁତ ହେବା ପରେ ପରେ ତାଙ୍କ ସମର୍ଥକ ତଥା ମୁଖପାତ୍ରଙ୍କ ଘରେ ଆରମ୍ଭ ହୋଇଛି ଚଢ଼ାଉ।

ଇମ୍ରାନ ଖାନଙ୍କ ମୁଖପାତ୍ର ଡ.ଅର୍ସଲାନ୍‌ ଖାଲିଦଙ୍କ ଘରେ ଘନଘନ ରେଡ୍‌ ହୋଇଛି। ଏହି ସମୟରେ ଖାଲିଦଙ୍କ ପରିବାର ସଦସ୍ୟଙ୍କ ଫୋନ୍ ମଧ୍ୟ ଛଡ଼ାଇ ନେଇଯାଇଛନ୍ତି ଅଧିକାରୀ। ଏନେଇ ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।

ପିଟିଆଇ ଟ୍ୱିଟ୍‌ କରି କହିଛି, ‘ଅତ୍ୟନ୍ତ ବିବ୍ରତ ଖବର, ଡକ୍ଟର ଆର୍ସଲାନ ଖାଲିଦଙ୍କ ଘରେ ଚଢ଼ାଉ କରାଯାଇ ତାଙ୍କ ପରିବାରର ସମସ୍ତ ଫୋନ ଛଡାଇ ନିଆଯାଇଛି। ସେ ସୋସିଆଲ ମିଡିଆରେ କାହାକୁ ଦୁର୍ବ୍ୟବହାର କରିନଥିଲେ କିମ୍ବା କୌଣସି ସଂସ୍ଥା ଉପରେ ଆକ୍ରମଣ କରିନଥିଲେ। ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ଦୟାକରି ଏହାକୁ ଦେଖନ୍ତୁ।’

ସୂଚନା ମୁତାବକ, ଇମ୍ରାନ୍‌ଙ୍କ ହାତରୁ ଆସନ ଯିବା ପରେ ଏବେ ତାଙ୍କର ଦେଶ ଛାଡି ଯିବା ଉପରେ ମଧ୍ୟ ରୋକ୍‌ ଲଗାଇ ଦିଆଯାଇଛି। ଏହା ବ୍ୟତୀତ ଇମ୍ରାନ, ଫୱାଦ ଚୌଧୁରୀ ଏବଂ ଶାହା ମେହମୁଦଙ୍କ ବିରୋଧରେ ଏକ ଆବେଦନ କରି ତାଙ୍କ ନାଁ ଏଗ୍‌ଜିଟ୍ କଣ୍ଟ୍ରୋଲ୍ ତାଲିକାରେ (ECL) ରଖିବାକୁ ଦାବି ହୋଇଛି। ଏପ୍ରିଲ ୧୧ରେ ଏହି ଆବେଦନର ଶୁଣାଣି ହେବ।

The post ଗାଦିଚ୍ୟୁତ ପରେ ଇମ୍ରାନ ଖାନ୍‌ଙ୍କ ମୁଖପାତ୍ରଙ୍କ ଘରେ ରେଡ୍‌ appeared first on Odisha Reporter.



from Odisha Reporter https://ift.tt/3rHN0DI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages