ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ଧରପଗଡ଼। ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି ହେବ। ଆଜିଠୁ ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ ।
ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯିବ । ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ STAର ଗୁରୁତ୍ୱ ଦେଇଛି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ସ୍କୁଲ ପିଲାଙ୍କ ସୁରକ୍ଷିତ ପରିବହନ ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ଏସଟିଏ ସୂଚନା ଦେଇଛି । ସପ୍ତାହବ୍ୟାପୀ ଯାଞ୍ଚ ପରେ ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ଅନେକ ସ୍କୁଲରେ କାଗଜପତ୍ର ଠିକ୍ ନ ଥିବା ଗାଡ଼ି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଅନେକ ସମୟରେ ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନ ହାନୀ ହେଉଛି। ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ୍ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post ଆଜିଠୁ ଜୋରଦାର ଚେକିଂ; ଯାଞ୍ଚ ହେବ ସ୍କୁଲ୍ ପିଲାଙ୍କୁ ନେଉଥିବା ଗାଡ଼ି appeared first on Odisha Reporter.
from Odisha Reporter https://ift.tt/opW3xa0
No comments:
Post a Comment