ଦିଲ୍ଲୀ ହିଂସା : ୫ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 19, 2022

ଦିଲ୍ଲୀ ହିଂସା : ୫ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାରେ ୫ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବଳରେ ମାମଲା ରୁଜୁ ହୋଇଛି। ଏହି କଠୋର ଆତଙ୍କବାଦୀ ନିରୋଧୀ ଆଇନ୍ ବଳରେ କୌଣସି ଅଭିଯୋଗ ବିନା ଅଭିଯୁକ୍ତମାନଙ୍କୁ ମାସ ମାସ ଧରି ଅଟକ ରଖାଯାଇପାରିବ ।ଏହି ଅଭିଯୁକ୍ତମାନେ ହେଲେ ଅନସାର, ସଲିମ, ଇମାମ୍, ଦିଲସାଦ ଓ  ଅହିର। କେନ୍ଦ୍ରର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସ କମିଶନରଙ୍କୁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି ।

ସେପଟେ ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିବାବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି । ଗତ ଶନିବାର ହିଂସାକାଣ୍ଡ ପରଠରୁ  ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ  ଅଧିକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ନିୟମିତ ଭାବେ କରାଯାଉଛି । ସେପଟେ ହିଂସା ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା କରିଛି । ଦିଲ୍ଲୀ ପୁଲିସ ପକ୍ଷରୁ ଡ୍ରୋନ୍ ସହାୟତାରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି । ଜାମା ମସଜିଦ୍‌ଦ ଅଞ୍ଚଳରେ ପୁଲିସ ଡ୍ରୋନ୍ ଉଡ଼ାଇ ସ୍ଥିତି ଉପରେ ନଜର ରଖିଛି ।ଅନ୍ୟପଟେ ଜାହାଙ୍ଗିରପୁରୀ ଅଞ୍ଚଳରେ ଆଜିଠୁ ଦୁଇ ଦିନ ଧରି ସରକାରୀ ଜମିରେ ଥିବା ବେଆଇନ ନିର୍ମାଣ ହଟାଯିବାକୁ ଯୋଜନା ରହିଛି ।ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନର୍ଥ ଦିଲ୍ଲୀ ମେୟର ଦାବି କରିଛନ୍ତି।

The post ଦିଲ୍ଲୀ ହିଂସା : ୫ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ appeared first on Odisha Reporter.



from Odisha Reporter https://ift.tt/IFavfJE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages