ଗୁନା: ସମସ୍ତଙ୍କୁ ବିଚଳିତ ଓ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ବାପାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ୧୫ ବର୍ଷୀୟ ପୁଅ। ହେଲେ କାରଣ ଅତ୍ୟନ୍ତ ଅଜବ। ୧୦ମ ପରୀକ୍ଷାରେ ଫେଲ ହୋଇଯିବ ବୋଲି ପିଲାଟି ଆଶଙ୍କା କରିଥିଲା। ଫେଲ ହେଲେ ବାପା ତା’କୁ ପିଟିବେ। ଏହି ଭୟରେ ସେ ବାପାଙ୍କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେଇଛି।
ମଧ୍ୟପ୍ରଦେଶର ଗୁନାରେ ଏପରି ଘଟଣା ଘଟିଛି। ବାପାଙ୍କୁ ହତ୍ୟା କରିବା ପରେ ପିଲାଟି ପୂରା ଦୋଷ ଜଣେ ପଡ଼ୋଶୀଙ୍କ ମୁଣ୍ଡରେ ବୋଳିବାକୁ ଚେଷ୍ଟା କରିଥିଲା। ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ନଥିବାରୁ ସେ ଏପରି କରିଥିଲା। ହେଲେ ତଦନ୍ତ ପରେ ସବୁ କିଛି ସାମ୍ନାକୁ ଆସି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୩ରେ ଧୁଳିଚାନ୍ଦ ଅହିରୱାର ତାଙ୍କ ରୁମରେ ଶୋଇଥିବା ବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ତାଙ୍କ ୧୫ ବର୍ଷୀୟ ପୁଅ ଏହି ଘଟଣା ପଛରେ ପଡ଼ୋଶୀ ବୀରେନ୍ଦ୍ର ଅହିରୱାର ଓ ଅନ୍ୟ କିଛି ଲୋକଙ୍କ ହାତ ଥିବା କହିଥିଲା। ଏପରି କି ସେ ତା’ର ଅଭିଯୋଗରେ ଘଟଣା ଦିନ ବୀରେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ଧୁଳିଚାନ୍ଦଙ୍କୁ ହତ୍ୟା କରିବାରେ ଦୌଡ଼ି ଚାଲି ଯାଉଥିବା ସେ ନିଜ ଆଖିରେ ଦେଖିଥିଲା ବୋଲି ଉଲ୍ଲେଖ କରିଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍ ବୀରେନ୍ଦ୍ରଙ୍କୁ ଗିରଫ କରିଥିଲା ଓ ପଚରାଉଚରା ମଧ୍ୟ କରିଥିଲା।
ତେବେ ଫରେନ୍ସିକ ଯାଞ୍ଚ ପରେ ଘଟଣାକୁ ନେଇ ପୁଲିସ୍ର ସନ୍ଦେହ ଉପୁଜିଥିଲା। ଏହାପରେ ପୁଲିସ୍ ଧୁଳିଚାନ୍ଦଙ୍କ ୧୫ ବର୍ଷୀୟ ପୁଅକୁ ବାରମ୍ବାର ଜେରା କରିଥିଲା। ଏହି ସମୟରେ ସେ କାନ୍ଦିବା ସହ ପୂରା ଘଟଣା ବର୍ଣ୍ଣନା କରିଥିଲା। ପୁଅ ପାଠପଢ଼ାରେ ମନ ଦେଉ ନଥିବାରୁ ଧୁଳିଚାନ୍ଦ ତା’କୁ ନିୟମିତ ତାଗିଦ କରନ୍ତି। ଏଥିସହ ଯଦି ସେ ୧୦ମ ପରୀକ୍ଷାରେ ଫେଲ ହେବ, ତା‘ହେଲେ ଘରୁ ବାହାର କରିଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ମଧ୍ୟ ପିଲାଟି ପାଠପଢ଼ି ନଥିଲା। ପରୀକ୍ଷା ଆସିଯିବାରୁ ସେ ଭଲ ଭାବେ ଜାଣିଥିଲା ଯେ ଏଥିରେ ସେ ଫେଲ ହୋଇଯିବ। ଫେଲ ହେଲେ ବାପା ତା’କୁ ପିଟିବେ ଓ ଘରୁ ବାହାର କରିଦେବେ ବୋଲି ସେ ଆଶଙ୍କା କରିଥିଲା। ଶେଷରେ ମାଡ଼ ଭୟରେ ସେ ବାପାଙ୍କୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋଟିଏ ଡ୍ରେନ କାମକୁ ନେଇ ବୀରେନ୍ଦ୍ର ଓ ଧୁଳିଚାନ୍ଦଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ତେଣୁ ଧୁଳିଚାନ୍ଦଙ୍କ ହତ୍ୟା ପଛରେ ବୀରେନ୍ଦ୍ରଙ୍କ ହାତ ଥିବା ପିଲାଟି ପ୍ରଥମେ ପୁଲିକୁ କହିଥିଲା। ଏବେ ପୁଲିସ୍ ପିଲାଟିକୁ ଅଟକ ରଖିଛି। ତା’କୁ କୋର୍ଟରେ ହାଜାର କରାଯିବା ପରେ ବାଳ ସୁଧାର ଗୃହକୁ ପଠାଯିବ।
The post ମାଡ଼ ଖାଇବା ଭୟରେ ବାପାଙ୍କୁ ହତ୍ୟା କଲା ପୁଅ appeared first on Odisha Reporter.
from Odisha Reporter https://ift.tt/foUyY2g
No comments:
Post a Comment