୧୫ ଦିନରେ ୧୩ ଥର ବଢ଼ିଲା ତେଲ ଦର, ଭୁବନେଶ୍ୱରରେ ପେଟ୍ରୋଲ ୧୧୧ ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 4, 2022

୧୫ ଦିନରେ ୧୩ ଥର ବଢ଼ିଲା ତେଲ ଦର, ଭୁବନେଶ୍ୱରରେ ପେଟ୍ରୋଲ ୧୧୧ ଡେଇଁଲା

ନୂଆଦିଲ୍ଲୀ: ପୁଣି ଥରେ ତେଲ ଦରରେ ଲାଗିଲା ନିଆଁ। ଗତ ୧୫ ଦିନ ଭିତରେ ୧୩ ଥର ପାଇଁ ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର । ତେଲ ଦର ବେଲଗାମ ହୋଇ ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଏହା ଅସହ୍ୟ ହେଲାଣି।

ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଯୋଗୁଁ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪. ୬୧ ଟଙ୍କା ହୋଇଥିବାବେଳେ ଡିଜେଲ ଦର ୯୫. ୮୭  ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା  ୮୪ ପଇସା ବଢ଼ି ୧୧୯.୬୭ ଟଙ୍କା ଓ ଡିଜେଲ ୮୫ ପଇସା ବଢ଼ି ଲିଟର ପିଛା ୧୦୩.୯୨ ଟଙ୍କା ହୋଇଛି ।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇ ୧୧୧.୬୪ ଟଙ୍କା ଓ ଡିଜେଲ ୧୦୧.୩୯ ଟଙ୍କାରେ ପହଞ୍ଚିଛି।  ସମ୍ବଲପୁରରେ ପେଟ୍ରୋଲ ୧୧୨.୩୨ ଟଙ୍କା ଓ ଡିଜେଲ ୧୦୨.୦୭ ଟଙ୍କାରେ, ରାଉରକେଲାରେ ପେଟ୍ରୋଲ ୧୧୨.୭୪ ଓ ଡିଜେଲ ୧୦୨.୪୭ ଟଙ୍କା, ବାଲେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୧.୬୦ ଓ ଡିଜେଲ ୧୦୨.୪୭ ଟଙ୍କାରେ ପହଞ୍ଚିଛି।

ମାର୍ଚ୍ଚ ୨୨ ପରଠାରୁ ନିୟମିତ ବ୍ୟବଧାନରେ ତେଲ ଦର ବୃଦ୍ଧି ପାଇବା ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି। ନିକଟରେ ୫ ରାଜ୍ୟରେ ନିର୍ବାଚନ ସରିବା ପରେ କ୍ରମାଗତ ଭାବେ ତେଲ ଦର ବଢ଼ି ଚାଲିଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହେଲାଣି   ପେଟ୍ରୋଲ୍ ଓ ଡିଜେଲର  ନିୟମିତ ଦରବୃଦ୍ଧି ଯୋଗୁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବି ହୁ ହୁ ହୋଇ ବଢ଼ିବାରେ ଲାଗିଛି।

The post ୧୫ ଦିନରେ ୧୩ ଥର ବଢ଼ିଲା ତେଲ ଦର, ଭୁବନେଶ୍ୱରରେ ପେଟ୍ରୋଲ ୧୧୧ ଡେଇଁଲା appeared first on Odisha Reporter.



from Odisha Reporter https://ift.tt/aHQPc7s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages