ମା’ ହେଲେ ଦେବିନା, ଘରକୁ ଆସିଲେ ବେବି ଗର୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 4, 2022

ମା’ ହେଲେ ଦେବିନା, ଘରକୁ ଆସିଲେ ବେବି ଗର୍ଲ

ମୁମ୍ବାଇ: ମାତାପିତା ହେଲେ ଟେଲିଭିଜନର ରାମ-ସୀତା ଯୋଡ଼ି । ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀଙ୍କ ଘରକୁ ଆସିଲେ ନୂଆ ଅତିଥି । ବେବି ଗର୍ଲର ପ୍ୟାରେଣ୍ଟସ୍‌ ହେଲେ ଟେଲିଭିଜନ ଜଗତର ଏହି ହଟ ଯୋଡ଼ି । ବିବାହର ୧୧ ବର୍ଷ ପରେ ଫ୍ୟାନ୍ସଙ୍କୁ ଏହି ଗୁଡ ନ୍ୟୁଜ ଦେଇଥିବା ଗୁରମିତ ଓ ଦେବିନାଙ୍କ ଖୁସି ବନ୍ଧବାଡ଼ ମାନୁନି । ଗୁରମିତ ନିଜ ଝିଅର ପ୍ରଥମ ଭିଡିଓ ଇନଷ୍ଟାଗ୍ରାମରେ ଶେଆର କରିଥିବା ବେଳେ ଏହାକୁ ଖୁବ୍‌ ଶୀଘ୍ର ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଗୁରମିତ ନିଜ ଝିଅର କ୍ୟୁଟ ହାତକୁ ଦେଖାଇଥିବା ବେଳେ ଚେହେରା ଦେଖାଇ ନାହାନ୍ତି।  ଭିଡିଓରେ ପ୍ରଥମେ ଗୁରୁମିତଙ୍କ ହାତ ଦେଖିବାକୁ ମିଳୁଥିବା ବେଳେ  ତାହା ଭିତରେ ରହିଛି ଦେବିନାଙ୍କ ହାତ । ଏହାପରେ ଉଭୟ ପିତାମାତାଙ୍କ ହାତ ମଝିରୁ ବାହାରୁଛି ନହ୍ନି ପରୀର ହାତ । ଏହି ଭିଡିଓ ଖୁବ୍‌ କ୍ୟୁଟ ହୋଇଥିବା ବେଳେ ଛୁଟୁଛି ଶୁଭେଚ୍ଛାର ସୁଅ।  ବହୁତ ଖୁସିର ସହ ଆମେ ଆମ ବେବି ଗାର୍ଲକୁ ସ୍ୱାଗତ କରୁଛୁ ବୋଲି ଏହି ଭିଡିଓ ଶେଆର କରି କ୍ୟାପସନ ଦେଇଛନ୍ତି ଗୁରୁମିତ । ଆପଣ ସମସ୍ତଙ୍କ ଭଲ ପାଇବା ଓ ଆଶିର୍ବାଦ ପାଇଁ ଧନ୍ୟବାଦ । ଏହି ଖବର ପ୍ରଚାରିତ ହେବା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସ୍ୱାମୀଙ୍କ ସହ ଦେବିନା ବାନାର୍ଜୀ ।

ଟିଭି ଅଭିନେତା ଗୁରମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ଟେଲି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଯୋଡି। ଦୁହିଁଙ୍କ ଯୋଡିକୁ ପ୍ରାୟ ସମସ୍ତ ପସନ୍ଦ କରିଥିାନ୍ତି। ୨୦୦୮ରେ ରାମାୟଣ ସିରିଏଲ୍‌ର ଶୁଟିଂ ସେଟ୍‌ରେ ଏଦୁହିଁଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ ରାମ ସୀତା ରୂପେ ଏଥିରେ ଅଭିନୟ କରିଥିଲେ। ୨୦୧୧ରେ ଗୁରମିତ ଏବଂ ଦେବିନା ବିବାହ କରିଥିଲେ।

The post ମା’ ହେଲେ ଦେବିନା, ଘରକୁ ଆସିଲେ ବେବି ଗର୍ଲ appeared first on Odisha Reporter.



from Odisha Reporter https://ift.tt/0qre2C9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages