ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 8, 2022

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍‌

ଲକ୍ଷ୍ନୌ: ହ୍ୟାକ୍ ହୋଇଗଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍‌ କରିଥିବା ଜଣାପଡିଛି। ହ୍ୟାକ୍‌ କରିଥିବା ଦୁର୍ବୃତ୍ତମାନେ ଯୋଗୀଙ୍କ ଆଉକଣ୍ଟର ପ୍ରୋଫାଇଲ୍‌ ଫଟୋ ମଧ୍ୟ ବଦଳାଇ ଦେଇଛନ୍ତି। ଏଥିସହ ଅନେକ ୟୁଜର୍ସଙ୍କୁ ଟ୍ୟାଗ୍‌ କରି ବିଭିନ୍ନ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଏହା ପରେ ହ୍ୟାକର୍‌ମାନେ ପୋଷ୍ଟ୍‌ କରିଥିବା ଟୁଇଟ୍‌ଗୁଡ଼ିକୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ପ୍ରାୟ ରାତି ୧୨.୩୦ ମିନିଟ୍‌ରେ ହ୍ୟାକ୍‌ ହୋଇଥିଲା। ଏହାର ୪୦ ମିନିଟ୍‌ ପରେ କିନ୍ତୁ ଆକାଉଣ୍ଟ ପୁଣି ଥରେ ରିଷ୍ଟୋର ହୋଇଥିଲା। ୟୁପି ସିଏମଓର ଆକାଉଣ୍ଟ ହ୍ୟାକିଂ ବିଷୟରେ ଟ୍ୱିଟର ବ୍ୟବହାରକାରୀମାନେ ଜାଣିବା ମାତ୍ରେ ୟୁପି ପୁଲିସ, ୟୁପି ସରକାର, କେନ୍ଦ୍ର ସରକାରଙ୍କୁ ଟ୍ୟାଗିଂ କରି ସ୍କ୍ରିନସଟ ସେୟାର କରିବା ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ବିଷୟରେ ଜଣାପଡିବା ପରେ ଏହାକୁ ରିଷ୍ଟୋର କରିବା ପାଇଁ କସରତ ଆରମ୍ଭ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ପରେ ଏହାକୁ ପୁଣି ଆଂଶିକ ରିଷ୍ଟୋର କରାଯାଇଥିଲା ଓ ହ୍ୟାକର୍‌ମାନେ ବହୁ ଲୋକଙ୍କୁ ଟ୍ୟାଗ୍‌ କରି ପୋଷ୍ଟ କରିଥିବା ଟୁଇଟ୍‌ଗୁଡ଼ିକୁ ଡିଲିଟ୍‌ କରାଯାଇଥିଲା। କିନ୍ତୁ, ଉକ୍ତ ପୋଷ୍ଟ୍‌ଗୁଡ଼ିକର ‘ସ୍କ୍ରିନ୍‌ସଟ୍‌’ ସବୁ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ହ୍ୟାକର୍‌ ଯେଉଁ ଟ୍ୱିଟ୍‌କୁ ପିନ୍‌ କରିଥିଲା, ସେଥିରେ ଆନିମେଟେଡ୍‌ ଫଟୋ ତିଆରି କରିବା ପାଇଁ ଟ୍ୟୁଟୋରିଆଲ ସୂଚନା ଦିଆଯାଇଥିଲା। ହ୍ୟାକର ପିନ୍ କରିଥିବା ଟୁଇଟ୍‌ରେ ଆନିମେଟେଡ୍ ଇମେଜ୍ କିପରି ସୃଷ୍ଟି ହେବ ସେ ସମ୍ବନ୍ଧରେ ଏକ ଟ୍ୟୁଟୋରିଆଲ୍ ଦିଆଯାଇଥିଲା | ଏହା ସହିତ ତିନୋଟି ପର୍ଯ୍ୟାୟ ପ୍ରକ୍ରିୟା ମଧ୍ୟ ବର୍ଣ୍ଣନା କରାଯାଇଥିଲା। ଏହାର ଏକ ଲିଙ୍କ୍ ମଧ୍ୟ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରୋଫାଇଲ୍ ବାୟୋ ମଧ୍ୟ ପରିବର୍ତ୍ତନ କରିଦେଇଥିଲା ହ୍ୟାକର୍‌। ଏଥିରେ, CMOଙ୍କୁ ବୋର୍ଡ ଆପ୍ YC ଏବଂ Yuga Labs ର ପ୍ରତିଷ୍ଠାତା ଭାବରେ ବର୍ଣ୍ଣନା କରାଯାଇଥିଲା। ସେ ପୋଷ୍ଟ୍‌ରେ ଲେଖାଥିଲା, ‘‘ହାଓ ଟୁ ଟର୍ଣ୍ଣ ୟୋର୍‌ ବିଏୱାଇସି/ଏମ୍‌ଏୱାସି ଆନିମେଟେଡ୍‌ ଅନ୍‌ ଟୁଇଟର୍‌।’’ ତେବେ ଏଭଳି କିଏ କରିଥିଲା ଓ କାହିଁକି ସେ ନେଇ ତଦନ୍ତ ଚାଲିଛି।

The post ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍‌ appeared first on Odisha Reporter.



from Odisha Reporter https://ift.tt/K8N5cvD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages