ଆଜି ରୁକୁଣା ରଥଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 8, 2022

ଆଜି ରୁକୁଣା ରଥଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହା ପୂର୍ବରୁ ଗତକାଲି ମରିଚିକୁଣ୍ଡ ଜଳରେ ରଥ ପ୍ରତିଷ୍ଠା ହୋଇଛି।  ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି ମୋଟ ୧ ଲକ୍ଷ ୭୭ ହଜାର ଟଙ୍କାରେ ନିଲାମ ହୋଇଛି।  ପ୍ରଥମ ଘଡ଼ା ୧ ଲକ୍ଷ ୩୦ ହଜାର ଟଙ୍କା ଓ  ଦ୍ୱିତୀୟ ଘଡ଼ା ୪୭ ହଜାର ଟଙ୍କାରେ ନିଲାମ ହୋଇଛି।  ବଡୁ ନିଯୋଗ ପକ୍ଷରୁ ନିଲାମ ଡକାଯାଇଥିଲା।

ଆଜି ଅପରାହ୍ଣ ୩ଟା ୩୦ରେ ହେବ ଶ୍ରୀଲିଙ୍ଗରାଜଙ୍କ ରଥ ଟଣା। ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍ଣ ୧୨ଟା ୩୦ରୁ ଦେଢଟା ମଧ୍ୟରେ ଠାକୁରଙ୍କ ପହଣ୍ଡି ହେବ। ପରେ ଠାକୁର ରଥାରୁଢ ହେବେ। ରଥ ଉପରେ ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ଠାକୁରଙ୍କର ପୂଜା ହେବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ।  ପୂର୍ବବର୍ଷରେ କୋଭିଡ କଟକଣା ଯୋଗୁ ଭକ୍ତଙ୍କ ରଥଟଣା ଉପରେ ବାରଣ ଥିବାବେଳେ ଏଥର ଭକ୍ତ ଟାଣିବେ ରଥଯାତ୍ରା।

The post ଆଜି ରୁକୁଣା ରଥଯାତ୍ରା appeared first on Odisha Reporter.



from Odisha Reporter https://ift.tt/Ho4jFJ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages