ଡିଲ୍‌ ଫାଇନାଲ୍‌: ଏଲନ ମସ୍କ ଟ୍ୱିଟରର ନୂଆ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 25, 2022

ଡିଲ୍‌ ଫାଇନାଲ୍‌: ଏଲନ ମସ୍କ ଟ୍ୱିଟରର ନୂଆ ବସ୍‌

ନ୍ୟୁୟର୍କ:  ଖୁବ୍‌ ଶୀଘ୍ର ଟ୍ୱିଟର ପାଇବ ନୂଆ ମାଲିକ । ଏଲନ ମସ୍କ ହେବେ ଏହି ସୋଶାଲ ମିଡିଆ ପ୍ଲାଟଫର୍ମର ମାଲିକ । ୪୪ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୩୬୮ ଅରବ ମୂଲ୍ୟରେ ଏହାର ମାଲିକାନା ହାସଲ କରିବେ ମସ୍କ । ମସ୍କଙ୍କ ଅଫରକୁ ଗ୍ରହଣ କରି ନେଇଛି ଟ୍ୱିଟର ବୋର୍ଡ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଲ୍‌ ଲାଗି ସମସ୍ତ ପ୍ରକ୍ରିୟା ଶେଷ ହୋଇଯିବ । ପ୍ରକ୍ରିୟା ଶେଷ ହେବା ପରେ ଟ୍ୱିଟର ଏକ ପ୍ରାଇଭେଟ କମ୍ପାନୀରେ ପରିଣତ ହୋଇଯିବ ଓ ଏହାର ମାଲିକ ହେବେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ।

ବ୍ୟାପକ ମୁଲଚାଲ ପରେ ଟ୍ୱିଟରର ଶେଆର ପିଛା ୫୪.୨୦ ଡଲାର ହିସାବରେ ମୋଟ୍ ୪୪୦୦ କୋଟି ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୩ ଲକ୍ଷ ୭୬ ହଜାର କୋଟି ଟଙ୍କାରେ ଟ୍ୱିଟରକୁ କିଣିବା ଲାଗି ମସ୍କ ରାଜି ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ଏଲନ ମସ୍କ ଘୋଷଣା କରିଛନ୍ତି ।

ଟ୍ୱିଟ୍‌ର କିଣିବା ପରେ ଏଲନ ମସ୍କ ଫ୍ରିଡମ ଅଫ୍‌ ସ୍ପିଚ୍‌ (ବାକ୍‌ ସ୍ୱାଧୀନତା) ଉପରେ କାର୍ଯ୍ୟ କରିବେ । ବାକ୍‌ ସ୍ୱାଧୀନତାର ସେ ଜଣେ ଦୃଢ଼ ସମର୍ଥକ ବୋଲି ମସ୍କ କହି ଆସୁଥିଲେ ।  ଟ୍ୱିଟ୍‌ର କିଣିବା ପଛରେ ତାଙ୍କର ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।

ନିଜ  ଟ୍ୱିଟରରେ ମସ୍କ ଲେଖିଛନ୍ତି ଯେ, ଗଣତନ୍ତ୍ର ତିଷ୍ଠି ରହିବା ଲାଗି ବାକ୍ ସ୍ୱାଧିନତା ବଜାୟ ରହିବା ଆବଶ୍ୟକ ।  ଟ୍ୱିଟର ଏବେ ଯେଉଁ ସ୍ଥିତିରେ ଅଛି, ତା’ ଠାରୁ କାହିଁ କେତେଗୁଣା ଅଧିକ ଭଲ କରିବାକୁ ସେ ଚାହାନ୍ତି । ଏହାସହ ଟ୍ୱିଟରର ଫିଚରରେ ସେ ଅନେକ କିଛି ପରିବର୍ତ୍ତନ ଆଣି ତାହାକୁ ଅଧିକ ଲୋକାଭିମୁଖୀ କରିବେ ବୋଲି ମସ୍କ ସୂଚନା ଦେଇଛନ୍ତି । ଟ୍ୱିଟର ପାଖରେ ଖୁବ୍‌ କ୍ଷମତା ଥିବା ବେଳେ ଏବେ ଏହା ୟୁଜର୍ସଙ୍କ ବିଶ୍ୱାସର ପାତ୍ର ହୋଇପାରିଛି।

ସର୍ବସାଧାରଣରେ ବ୍ୟବସାୟ କରୁଥିବା ପ୍ଲାଟଫର୍ମ ବର୍ତ୍ତମାନ ମସ୍କଙ୍କ ମାଲିକାନା ଥିବା ଏକ ଘରୋଇ କମ୍ପାନୀରେ ପରିଣତ ହେବ ବୋଲି ଟ୍ୱିଟର କହିଛି। ମସ୍କ ପ୍ରଥମେ ଏପ୍ରିଲରେ ଟ୍ୱିଟରରେ ୯%  ଅଂଶଧନ କିଣିଥିଲେ, ତା’ପରେ ସେ ମୁକ୍ତ ବକ୍ତବ୍ୟର ସୁରକ୍ଷା ପାଇଁ ନିଜ ମିଶନକୁ ଦର୍ଶାଇ ପୁରା କମ୍ପାନୀ କିଣିବାକୁ ପ୍ରସ୍ତାବ ଦେଇଥିଲେ। ଯାହା ପରେ ଦୀର୍ଘ ଦିନର ଆଲୋଚନା ପରେ ଟ୍ୱିଟରର ବୋର୍ଡ ଏବଂ ମସ୍କ ମଧ୍ୟରେ ଏହି ଡିଲ୍ ଚୂଡାନ୍ତ ହୋଇଥିଲା |

ମସ୍କ ଟ୍ୱିଟର କିଣିବା ପରେ ଆଲୋଚନା ଆରମ୍ଭ ହୋଇଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟରକୁ ଫେରିପାରନ୍ତି ଗତ ବର୍ଷ  ରାଷ୍ଟ୍ରପତି ନିର୍ବାଚନ ପରେ ଯୁକ୍ତରାଷ୍ଟ୍ର ଆମେରିକାରେ ଉତ୍ତେଜନା ଦେଖା ଯାଇଥିବା ବେଳେ ଟ୍ରମ୍ପଙ୍କୁ  ଟ୍ୱିଟରରୁ ବ୍ୟାନ କରାଯାଇଥିଲା।

The post ଡିଲ୍‌ ଫାଇନାଲ୍‌: ଏଲନ ମସ୍କ ଟ୍ୱିଟରର ନୂଆ ବସ୍‌ appeared first on Odisha Reporter.



from Odisha Reporter https://ift.tt/dJ2hIbK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages