ଆଜିଠୁ ସିବିଏସ୍ଇ ଦଶମ, ଦ୍ୱାଦଶ ଟର୍ମ-୨ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 25, 2022

ଆଜିଠୁ ସିବିଏସ୍ଇ ଦଶମ, ଦ୍ୱାଦଶ ଟର୍ମ-୨ ପରୀକ୍ଷା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସିବିଏସ୍ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଟର୍ମ-୨ ପରୀକ୍ଷା । ସମଗ୍ର ଦେଶରୁ ଦଶମରେ ପ୍ରାୟ ୨୧ ଲକ୍ଷ ୧୬ ହଜାର ପିଲା ପରୀକ୍ଷା ଦେବାକୁ ଥିବା ବେଳେ ଦ୍ୱାଦଶରେ ୧୪ ଲକ୍ଷ ୫୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।  ଓଡ଼ିଶାରୁ ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୧୮ ହଜାର ପିଲା ଅଂଶଗ୍ରହଣ କରୁଥିବା ବେଳେ ୧୦ମ ଶ୍ରେଣୀରେ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଦଶମରେ ୨୨,୭୩୨ ସ୍କୁଲର ଛାତ୍ରଛାତ୍ରୀ ୭ ହଜାର ୪୦୬ କେନ୍ଦ୍ରରେ ପରୀକ୍ଷା ଦେବେ ଓ ଦ୍ୱାଦଶରେ ୧୫,୦୮୦ ସ୍କୁଲର ଛାତ୍ରଛାତ୍ରୀ ୬,୭୨୦ କେନ୍ଦ୍ରରେ ପରୀକ୍ଷା ଦେବେ ।

ଆଜି ଦିନ ୧୦ଟା ୩୦ ସମୟରେ ଦଶମ ଛାତ୍ରଛାତ୍ରୀ ପେଣ୍ଟିଂ ସହ କିଛି ଭାଷା ଗତ ବିଷୟରେ ପରୀକ୍ଷା ଦେବେ  । ଦିନ ୧୦ଟା ୩୦ରୁ ୧୧ଟା ୩୦ ଏକ ଘଣ୍ଟା ରହିବ ପରୀକ୍ଷା ଅବଧି।  ଏହା ପୂର୍ବରୁ ପ୍ରଶ୍ନ ବୁଝିବା ଲାଗି ଛାତ୍ରଛାତ୍ରୀଙ୍କୁ ୧୦ ମିନଟ ଅଧିକ ସମୟ ଦିଆଯିବ। ଆସନ୍ତା କାଲି ସିବିଏସ୍ଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ଭାଷାରେ ପରୀକ୍ଷା ଦେବେ ।

ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଦିନ ୧୨ଟା ୩୦ ଦେବେ ପରୀକ୍ଷା ।  ଆସନ୍ତା କାଲି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ହିନ୍ଦୀ ଭାଷାରେ ହେବ ପରୀକ୍ଷା । ଦଶମ ଶ୍ରେଣୀର ପରୀକ୍ଷା ମେ ୨୪ ତାରିଖରେ ଶେଷ ହେବାକୁ ଥିବା ବେଳେ  ରି ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଜୁନ ମାସ ୧୫ ତାରିଖ ଯାଏ ଚାଲିବ ।

ପରୀକ୍ଷା ପୂର୍ବରୁ ଉଭୟ ଦଶମ ଓ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ସିବିଏସ୍ଇର ଅଫିସିଆଲ ୱେବସାଇଟ୍‌ରେ ଛଡ଼ାଯାଇଛି ।  ଛାତ୍ରଛାତ୍ରୀ ପ୍ରିଣ୍ଟିଂ ଆଡମିଟ୍ କାର୍ଡ ନେଇ ପରୀକ୍ଷା କକ୍ଷକୁ ପ୍ରବେଶ କରିବା ଲାଗି ନିର୍ଦ୍ଦେଶ ରହିଛି ।

ଏବେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ କଟକଣା ମଧ୍ୟରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି ।  ପରୀକ୍ଷା କେନ୍ଦ୍ରର ପ୍ରତି ଗୃହରେ ମାତ୍ର ୧୮ ଜଣ ବସିବେ ବୋଲି ସିବିଏସ୍‌ଇ କହିଛି । ପରୀକ୍ଷା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ସହ ନିର୍ଦ୍ଧାରିତ ସମୟ ବ୍ୟବଧାନରେ କେନ୍ଦ୍ରକୁ ସାନିଟାଇଜ୍‌ କରାଯିବ । ପରୀକ୍ଷାର୍ଥୀ ନିଜର ହ୍ୟାଣ୍ଡ୍ ସାନିଟାଇଜର ଆଣି କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି। କୋଭିଡ-୧୯ ନିୟମ ପାଳନ କରି ପରୀକ୍ଷା ନିୟନ୍ତ୍ରଣ କରାଯିବ ବୋଲି ସିବିଏସ୍ଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

The post ଆଜିଠୁ ସିବିଏସ୍ଇ ଦଶମ, ଦ୍ୱାଦଶ ଟର୍ମ-୨ ପରୀକ୍ଷା appeared first on Odisha Reporter.



from Odisha Reporter https://ift.tt/gv6FEbe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages