ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପାଇଁ ନିର୍ବାଚନ ହେବ। ବିଜେଡି ହାତରେ ହିଁ ଏହି ପଦ ରହିବ ବୋଲି ଚର୍ଚ୍ଚା ହେଉଛି। କାରଣ ସଂଖ୍ୟା ଏହି ଦଳ ସପକ୍ଷରେ ରହିଛି। ୪୨ଟି ଓ୍ୱାର୍ଡ ମଧ୍ୟରୁ ୩୦ଟି ଓ୍ୱାର୍ଡରେ ବିଜେଡି କର୍ପୋରେଟର ଜିତିଛନ୍ତି। ବିଜେପିର ୭ ଜଣ ଓ ୪ ଜଣ ସ୍ୱାଧୀନ କର୍ପୋରେଟର ଅଛନ୍ତି।
ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଜଣେ ମହିଳା ହୋଇଥିବାରୁ ଡେପୁଟି ମେୟର ପଦବୀ ଜଣେ ପୁରୁଷକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ପଦ ହାତେଇବା ପାଇଁ ଅନେକ ଦାବିଦାର ଲବି କରୁଛନ୍ତି। ଚର୍ଚ୍ଚାରେ କିଛି ଜଣଙ୍କ ନାଁ ଥିବା ବେଳେ ଆଜି ହିଁ ସ୍ପଷ୍ଟ ହେବ ବିଜେଡି କାହାକୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର କରିବ।
The post ଆଜି ବ୍ରହ୍ମପୁର ଡେପୁଟି ମେୟର ନିର୍ବାଚନ appeared first on Odisha Reporter.
from Odisha Reporter https://ift.tt/7VhEF6n
No comments:
Post a Comment