ତେଲ ଅଭିଭରେ ଆଖିବୁଜା ଗୁଳିମାଡ଼, ୨ ସାଧାରଣ ଲୋକଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 7, 2022

ତେଲ ଅଭିଭରେ ଆଖିବୁଜା ଗୁଳିମାଡ଼, ୨ ସାଧାରଣ ଲୋକଙ୍କ ମୃତ୍ୟୁ

ତେଲ ଅଭିଭ: ଇସ୍ରାଏଲର ଜନଗହଳୀପୂର୍ଣ୍ଣ ତେଲ ଅଭିଭ ସହରରେ ଗୁରୁବାର ରାତିରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଜଣେ ଆତଙ୍କୀ ଆଖିବୁଜା ଗୁଳିମାଡ଼ କରିବାରୁ ୨ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ସେହିପରି ଘଟଣାରେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣା ପରେ ବନ୍ଧୁକଧାରୀ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରିନେଇଛନ୍ତି। ଆଗକୁ ଆହୁରି ଆତଙ୍କୀ ହମଲାର ଆଶଙ୍କାରେ ସହରର ସବୁ ଲୋକଙ୍କୁ ଘର ମଧ୍ୟରେ ଆଶ୍ରୟ ନେବାକୁ କୁହାଯାଇଛି। ବିଭିନ୍ନ କାଫେ, ବାର ଓ ରେଷ୍ଟୁରାଣ୍ଟ ଭିତରେ ସୁରକ୍ଷାକର୍ମୀମାନେ ପଶି ଆକ୍ରମଣକାରୀକୁ ଖୋଜିବାରେ ଲାଗିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁଳିମାଡ଼ ପରେ ୧୦ ଜଣଙ୍କୁ ନିକଟସ୍ଥ ଇଚିଲୋଭ ହସ୍ପିଟାଲକୁ ନିଆଯାଇଥିଲା। ସମସ୍ତଙ୍କ ଶରୀରେ ଗୁଳିମାଡ଼ର ଚିହ୍ନ ରହିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ପୁଲିସ୍ କହିଛି ଯେ ଏହା ଗୋଟିଏ ଆତଙ୍କୀ ହମଲା। ଡିଜେନଗୋଫ ଷ୍ଟ୍ରିଟର ବିଭିନ୍ନ ସ୍ଥାନରେ ଏପରି ଆକ୍ରମଣ ହୋଇଛି। ଡିଜେନଗୋଫ ଷ୍ଟ୍ରିଟ ହେଉଛି ତେଲ ଅଭିଭର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜନଗହଳୀପୂର୍ଣ୍ଣ ଅଞ୍ଚଳ। ଏଠାରେ ଅନେକ କାଫେ ଓ ବାର ରହିଛି। ତେଣୁ ଏହାକୁ ଟାର୍ଗେଟ କରି ଆତଙ୍କବାଦୀ ଜଣଙ୍କ ହମଲା କରିଛି।

ଆତଙ୍କୀ ହମଲା ପରେ ଶତାଧିକ ସୁରକ୍ଷାକର୍ମୀମାନେ ସର୍ଚ୍ଚଅପରେସନରେ ଲାଗି ପଡ଼ିଛନ୍ତି। ପୁଲିସ୍ ପକ୍ଷରୁ ଲୋକଙ୍କୁ ଘରର କବାଟ ବନ୍ଦ କରି ଭିତରେ ରହିବାକୁ କୁହାଯାଇଛି। ଘଟଣା ପଛରେ ଜଣେ ଆତଙ୍କବାଦୀର ହାତ ଥିବା ପୁଲିସ୍ ଜାଣିବାକୁ ପାଇଛି। ଆକ୍ରମଣକାରୀ ଜଣକ ଅତ୍ୟନ୍ତ ପତଳା ଓ ସେ କଳା ରଙ୍ଗର ଟି-ଶାର୍ଟ ଓ କଳା ଶର୍ଟସ ପିନ୍ଧିଛି। ସେ ଗୋଟିଏ ପିସ୍ତଲ ଧରିଛି। ପୁଲିସ୍‌ ପକ୍ଷରୁ ଆକ୍ରମଣକାରୀର ଫଟୋ ଜାରି କରାଯାଇଛି ଓ ତା’କୁ ଚିହ୍ନଟ କରିବା ପାଇଁ ଲୋକଙ୍କ ସହଯୋଗ ଲୋଡ଼ା ଯାଇଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନ୍ନେଟ କହିଛନ୍ତି, “ଏହା ଆମ ପାଇଁ ସବୁଠାରୁ କଷ୍ଟକର ରାତି। ଯେଉଁମାନଙ୍କୁ ହତ୍ୟା କରାଯାଇଛି ସେମାନଙ୍କ ପରିବାର ଲୋକଙ୍କ ପାଇଁ ମୁଁ ଶୋକବ୍ୟକ୍ତ କରୁଛି। ଆହତଙ୍କ ସଂପୂର୍ଣ୍ଣ ଆରୋଗ୍ୟ କାମନା କରୁଛି। ତେଲ ଅଭିଭରେ ଆଜି ଯେଉଁ ଆତଙ୍କବାଦୀ ହମଲା କରିଛି, ତା’କୁ ସୁରକ୍ଷାକର୍ମୀମାନେ ଖୋଜିବା ଆରମ୍ଭ କରିଛନ୍ତି।

ଆତଙ୍କବାଦୀମାନେ ଯେଉଁଠି ବି ଥାଆନ୍ତୁ, ଆମେ ସେମାନଙ୍କୁ ଠାବ କରିବୁ। ସେମାନଙ୍କୁ ଯେଉଁମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଛନ୍ତି, ସେଭଳି ଲୋକଙ୍କୁ ମଧ୍ୟ ଉପଯୁକ୍ତ ପରିଣାମ ଭୋଗିବାକୁ ପଡ଼ିବ।”

ସେହିପରି ଘଟଣାରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଆମେରିକା ଏପରି ଏକ ଆତଙ୍କୀ ହମଲା ସମୟରେ ଇସ୍ରାଏଲ ଲୋକଙ୍କ ସହ ରହିଛି। ଏଥିସହ ଘଟଣା ଉପରେ ନଜର ରଖିଥିବା ସେ କହିଛନ୍ତି।


ଗତ ସପ୍ତାହରେ ଇସ୍ରାଏଲର ବନେଇ ବ୍ରାକ ସହରରେ ଜଣେ ବନ୍ଧୁକଧାରୀ ଗୁଳିମାଡ଼ କରିଥିଲା। ଏଥିରେ ୫ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୧ ଜଣ ଆହତ ହୋଇଥିଲେ।

The post ତେଲ ଅଭିଭରେ ଆଖିବୁଜା ଗୁଳିମାଡ଼, ୨ ସାଧାରଣ ଲୋକଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/oMK1nL0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages