ଅଧା ରହିଗଲା ଝିଅର ସ୍ୱପ୍ନ, ବାଟରେ ଚାଲିଗଲା ଅସୁସ୍ଥ ବାପାର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 27, 2022

ଅଧା ରହିଗଲା ଝିଅର ସ୍ୱପ୍ନ, ବାଟରେ ଚାଲିଗଲା ଅସୁସ୍ଥ ବାପାର ଜୀବନ

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର):  ବାପାର କଷ୍ଟ ସହିପାରିଲାନି ଝିଅ। ଅସୁସ୍ଥ ବାପାକୁ ଭୁବନେଶ୍ୱର ଆଣି ଡାକ୍ତର ଦେଖାଇବାକୁ ସ୍ଥିର କରିଥିଲା। ଆଜି ସକାଳେ ଝିଅ ବାପାକୁ ନିଜ କାର୍‌ରେ ଭୁବନେଶ୍ୱର ନେଇ ଆସୁଥିଲା। ହେଲେ ବାଟରେ ଜଗି ଥିଲା ଯମ। ଭୁବନେଶ୍ୱର ପହଞ୍ଚିବା ପୂର୍ବରୁ କାର୍‌ ଦୁର୍ଘଟଣାରେ  ଚାଲି ଯାଇଥିଲା ଅସୁସ୍ଥ ବାପାର ଜୀବନ। ଏଭଳି ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲାରେ।

କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା ନିକଟରେ ଆଜି ସକାଳେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥର ଦେହରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣଙ୍କ ହେଲେ କରଡାଙ୍ଗୀ ଗାଁର ଭିକାରୀ ପ୍ରଧାନ।

ଆଜି ବାପା, ଝିଅ ଓ ଡ୍ରାଇଭର  ଭୁବନେଶ୍ୱର ଆସୁଥିବା ବେଳେ ଭାଲୁମୁଣ୍ଡା ନିକଟରେ ଦୁର୍ଘଟଣା ଘଟିଥିଲା। କାର୍‌ ଡ୍ରାଇଭର ଓ ଝିଅର କିଛି ହୋଇ ନଥିଲା। ଭିକାରୀଙ୍କୁ ଗୁରୁତର ଅବସ୍ଥାରେ  କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

The post ଅଧା ରହିଗଲା ଝିଅର ସ୍ୱପ୍ନ, ବାଟରେ ଚାଲିଗଲା ଅସୁସ୍ଥ ବାପାର ଜୀବନ appeared first on Odisha Reporter.



from Odisha Reporter https://ift.tt/Vm7Iz1v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages