ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଥିବା କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ସମୀକ୍ଷା ଲାଗି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ବସିବ। ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଦେଶର କିଛି ରାଜ୍ୟରେ ବିଶେଷ କରି ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇବାରେ ଲାଗିଛି କରୋନା ସଂକ୍ରମଣ।
କିଭଳି ଏହାକୁ ମୁକାବିଲା କରାଯିବ, ସେନେଇ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଆଜିର ବୈଠକରେ ପରାମର୍ଶ ଦେଇପାରନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ବୈଠକରେ ଯୋଗ ଦେବା ସହ କିଛି ତଥ୍ୟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
ଦେଶରେ ଗତ ୨୪ ଘଣ୍ଟାରେ ୨୪୮୩ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪,୩୦,୬୨,୫୬୯ ଛୁଇଛି। କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରଣାଳୟ ରିପୋର୍ଟ ଅନୁଯାଇ ଏବେ ୧୫,୫୩୬ ଆକ୍ଟିଭ ମାମଲା ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୩୯୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ କୋଭିଡ୍ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୩,୬୨୨ରେ ପହଞ୍ଚିଛି। ସେଥିରେ ଆସାମରେ ସର୍ବାଧିକ ମୃତ୍ୟୁ ମାମଲା ରହିଛି। ସମୁସାୟ ସଂକ୍ରମଣରେ ଆକ୍ଟିଭ ମାମଲା ୦.୦୪ ପ୍ରତିଶତ ରହିଛି। ସେହିପରି ଜାତୀୟ ସ୍ତରରେ ରିକଭରି ରେଟ୍ ୯୮.୭୫ ପ୍ରତିଶତ ରହିଛି।
The post ବଢ଼ିଲାଣି ସଂକ୍ରମଣ: ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି appeared first on Odisha Reporter.
from Odisha Reporter https://ift.tt/KIbo4xl
No comments:
Post a Comment