ବିଦେଶ ପାଣ୍ଠି ଆଣି ମଉଜ୍‌: ଓଡ଼ିଶାର ଦୁଇ ଏନଜିଓକୁ କେନ୍ଦ୍ର ସରକାରଙ୍କ ଝଟ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 27, 2022

ବିଦେଶ ପାଣ୍ଠି ଆଣି ମଉଜ୍‌: ଓଡ଼ିଶାର ଦୁଇ ଏନଜିଓକୁ କେନ୍ଦ୍ର ସରକାରଙ୍କ ଝଟ୍‌କା

ନୂଆଦିଲ୍ଲୀ: ଓଡ଼ିଶାର ଦୁଇ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଝଟକା। ବୁଧବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ଓଡ଼ିଶାର ୨ଟି ଏନଜିଓର ଏଫସିଆରଏ ପଞ୍ଜିକରଣକୁ ରଦ୍ଦ କରିଦେଇଛନ୍ତି। ଏହି ଦୁଇଟି ସଂସ୍ଥା ହେଲା  ଦି ହେଭେନଲି ଗ୍ରେସ୍‌ ମିନିଷ୍ଟ୍ରିଜ୍‌ ଏବଂ  ପିପୁଲସ୍‌ ଅର୍ଗାନାଇଜେଶନ ଫର ଏମ୍ପାୱାରମେଣ୍ଟ ଅଫ୍‌ ଟ୍ରାଇବସ୍‌(ପଏଟ )। ଏହି ଦୁଈଟି ସଂସ୍ଥାକୁ  ଆଉ ବିଦେଶ ପାଣ୍ଠି ମିଳିବନି। ସମ୍ପୃକ୍ତ ୨ ଟି ସଂସ୍ଥା ସେବା ନାମରେ ବିଦେଶ ପାଣ୍ଠି ଆଣି ଦୁରୋପଯୋଗ କରୁଥିବାରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଟରନ ଗ୍ରହଣ କରାଯାଇଛି। ସେହିପରି ସରକାରଙ୍କ ବିଭିନ୍ନ ନିୟମ କାନୁନୁକୁ ଏହି ଦୁଇଟି ଏନଜିଓ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ୨୦୧୦ ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ ରେଗୁଲେସନ୍‌ ଆକ୍ଟ-୨୦୧୦ର (ଏଫସିଆରଏ) ବିଭିନ୍ନ ନିୟମକୁ ଏହି ଦୁଇଟି ସଂସ୍ଥା

ଭାଙ୍ଗିଥିବା ଅଭିଯୋଗ ହୋଇଛି। ତେଣୁ ଆଇନ୍ ଅନୁସାରେ ଏମାନଙ୍କ ବିଦେଶ ପାଣ୍ଠି ମଞ୍ଜୁରିକୁ ବାତିଲ କରି ଦିଆଯାଇଛି।  ଦି ହେଭେନଲି ଗ୍ରେସ୍‌ ମିନିଷ୍ଟ୍ରିଜ୍‌ ୨୦୦୧ରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ଗରିବଙ୍କୁ ଘର, ଶିକ୍ଷା, ଶିଶୁ ଏବଂ ଯୁବକମାନଙ୍କର ବିକାଶ ଏହି ସଂସ୍ଥ୍ୟାର ମୁଖ୍ୟ ଉଦ୍ଦେଶ୍ୟ  ଥିଲା। ସେହିପରି ଅନୁନ୍ନତ ତଥା ଅନଗ୍ରସରର ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁଙ୍କର ଯତ୍ନ, ଭୋକେଶନାଲ ଟ୍ରେନିଂ ଏବଂ ଗ୍ରାମାଞ୍ଚଳର ବିକାଶ ଦିଗରେ କାମ କାରି ଆସୁଥିଲା ପଏଟ।

କିନ୍ତୁ ଏହି ଦୁଇଟି ସଂସ୍ଥା ସେବା ନାମରେ ବିଦେଶ ପାଣ୍ଠି ଆଣି ବ୍ୟାପକ ହେରଫେର କରିଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ଦୁଇ ଦିନ ପୂର୍ବରୁ କମନ୍‌ୱେଲଥ୍‌ ହ୍ୟୁମେନ୍‌ ରାଇଟସ୍‌ ଏବଂ ଆପନେ ଆପ ଓମେନ୍‌ ୱାଲଡ୍‌ୱାଇଡ୍‌ ନାମକ ଦୁଇଟି ସଂସ୍ଥାର ଏଫସିଆରଏ ଲାଇସେନ୍ସକୁ ବାତିଲ କରାଯାଇଛି। ବିଦେଣ ପାଣ୍ଠିର ବ୍ୟାପକ ଅନିୟମିତତା ଅଭିଯୋଗରେ କେନ୍ଦ୍ରସରକାର ୨୦୧୭ରୁ ୨୦୨୧ ମଧ୍ୟରେ ୧୯୦୦ ଏନଜିଓର ଏଫସିଆରଏ ପଞ୍ଜିକରଣକୁ ବାତିଲ କରିଛନ୍ତି।

The post ବିଦେଶ ପାଣ୍ଠି ଆଣି ମଉଜ୍‌: ଓଡ଼ିଶାର ଦୁଇ ଏନଜିଓକୁ କେନ୍ଦ୍ର ସରକାରଙ୍କ ଝଟ୍‌କା appeared first on Odisha Reporter.



from Odisha Reporter https://ift.tt/ExhUyZ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages