ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର। ଜଣେ ବ୍ୟକ୍ତି ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ଘଟିଛି ଏହି ଘଟଣା। ପୁଲିସ୍ ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ EWS- ୨୩/୨ ଘରେ ରହନ୍ତି ବିଜୟ ସେଠୀ। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରନ୍ତି। ସେ ତାଙ୍କ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ତେବେ ସେ କାହିଁକି ସେମାନଙ୍କୁ ହତ୍ୟା କଲେ, ତାହା ଜଣାପଡ଼ିନାହିଁ।
ମୃତକ ଦ୍ୱୟଙ୍କ ବାପାଙ୍କ କହିବା ଅନୁଯାୟୀ, ବିଜୟ ଦୁଇ ଦିନ ତଳକୁ ସେମାନଙ୍କୁ ହତ୍ୟା କରି ସାରିଛି। ନିଜେ ବିଜୟ ତାଙ୍କୁ ଏହି କଥା କହିଥିବା ସେ କହିଛନ୍ତି। ତେବେ ପୁଲିସ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ପୁଲିସ୍ ଉକ୍ତ ଘରକୁ ସିଲ୍ କରିଛି। ପୁଲିସ୍ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ଅଧିକ ସୂଚନା ମିଳିପାରିବ।
The post ରାଜଧାନୀରେ ଡବଲ ମର୍ଡର: ସ୍ତ୍ରୀ ଓ ଶାଳୀଙ୍କୁ ମାରିଦେଲେ appeared first on Odisha Reporter.
from Odisha Reporter https://ift.tt/ESLmBhI
No comments:
Post a Comment