ଛୁଆ ଆଗରେ ବାପାମା’ଙ୍କୁ ହାଣିଲା ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 10, 2022

ଛୁଆ ଆଗରେ ବାପାମା’ଙ୍କୁ ହାଣିଲା ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଏକ ବୀଭତ୍ସ  ହତ୍ୟାକାଣ୍ଡ ଘଟିଛି। ପିଏମ୍‌ଜି ଛକ ଫୁଟପାଥରେ ରହୁଥିବା ଏକ ପରିବାରକୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଦମ୍ପତିଙ୍କ ପରିଚୟ ମିଳିପାରି ନାହିଁ। ଦମ୍ପତିଙ୍କ ପାଖରେ ଥିବା ତାଙ୍କ ଛୋଟ ପିଲାଟି ସୁସ୍ଥ ଥିବା ଜଣାପଡ଼ିଛି।  ତାକୁ ଚାଇଲ୍ଡ ଲାଇନକୁ ହସ୍ଥାନ୍ତର କରାଯାଇଛି।

ଆଜି ସକାଳେ ପିଏମ୍‌ଜି ଛକ ଫୁଟପାଥରେ ଥିବା ଏଟିଏମ୍‌ ସମ୍ମୁଖରେ ଦମ୍ପତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାବେଳେ ପିଲାଟି ସେମାନଙ୍କ ପାଖରେ ଥିଲା।  ସ୍ଥାନୀୟ ଦୋକାନୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲାବେଳେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା।

ଖାରବେଳ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଚଳାଇଛନ୍ତି।

The post ଛୁଆ ଆଗରେ ବାପାମା’ଙ୍କୁ ହାଣିଲା ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/wCEbopc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages