ଅଶାନ୍ତ ହେଲା ଜେଏନୟୁ କ୍ୟାମ୍ପସ୍; ରାମନବମୀରେ ନନ୍‌ଭେଜ ଖିଆକୁ ନେଇ ରକ୍ତାକ୍ତ ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 10, 2022

ଅଶାନ୍ତ ହେଲା ଜେଏନୟୁ କ୍ୟାମ୍ପସ୍; ରାମନବମୀରେ ନନ୍‌ଭେଜ ଖିଆକୁ ନେଇ ରକ୍ତାକ୍ତ ସଂଘର୍ଷ

ନୂଆଦିଲ୍ଲୀ: ପୁଣି ଅଶାନ୍ତ ହେଲା ଜେଏନୟୁ  କ୍ୟାମ୍ପସ୍ । ରାମ ନବମୀରେ ନନ୍‌ଭେଜ ଖାଇବାକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଲା ରକ୍ତାକ୍ତ ସଂଘର୍ଷ  । ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର କାବେରୀ ହଷ୍ଟେଲରେ ମୁହାଁମୁହିଁ ହେଲେ ଏବିଭିପି ଏବଂ ବାମ ସମର୍ଥିତ ଛାତ୍ର ଗୋଷ୍ଠୀ । ଏହି ସଂଘର୍ଷରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ର  ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି ରବିବାର  କାବେରୀ ହଷ୍ଟେଲ ମେସ୍‌ରେ ନନ୍‌ଭେଜ ପରସା ଯାଇଥିଲା।  ରାମନବମୀରେ  ଆମିଷ ପରସାଯିବାକୁ ନେଇ ଏବିଭିପି ସଦସ୍ୟ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ଏବିଭିପି  ଓ ବାମ ସଙ୍ଗଠନ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

ବାମ ସଙ୍ଗଠନ ଛାତ୍ରଙ୍କ କହିବାନୁଯାୟୀ, କାବେରୀ ହଷ୍ଟେଲରେ କିଛି ଛାତ୍ର ଗତକାଲି ନନଭେଜ ଖାଇଥିଲେ। ଉକ୍ତ ସମୟରେ ଏବିଭିପି କର୍ମକର୍ତ୍ତା ସେଠାରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଦେଲେ। ଏପରିକି ସେମାନଙ୍କ ଆକ୍ରମଣରେ କିଛି ଛାତ୍ର ଆହତ ହେଲେ ।

ଅପରପକ୍ଷେ, ଏବିଭିପି କର୍ମକର୍ତ୍ତାଙ୍କ କହିବାନୁଯାୟୀ,  ରାମନବମୀ ଅବସରରେ କାବେରୀ ହଷ୍ଟେଲରେ ପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପୂଜାରେ ବହୁ ସଂଖ୍ୟାରେ ଜେଏନୟୁ ଛାତ୍ର ଯୋଗ ଦେଇଥିଲେ। ଉକ୍ତ ସମୟରେ କିଛି ମୁସଲିମ୍‌ ଛାତ୍ର ଇଫତାର ପାର୍ଟି ମଧ୍ୟ ରଖିଥିଲେ । ସବୁ ଠିକ୍‌ଠାକ ଚାଲିଥିଲା। ଏହି ସମୟରେ କିଛି ବାମ ସଙ୍ଗଠନ ଛାତ୍ର ଆସି ହଷ୍ଟେଲରେ ପୂଜାକୁ ବିରୋଧ କରି ମାରପିଟ ଆରମ୍ଭ କରିଦେଲେ। ଆମିଷ ଖାଦ୍ୟ ସମ୍ପର୍କରେ ପଚରାଯିବାରୁ ଏବିଭିପି ପକ୍ଷରୁ କୁହାଯାଇଛି, କାବେରୀ ହଷ୍ଟେଲରେ ପ୍ରତିଦିନ ଆମିଷ ଖାଦ୍ୟ ପରସା ଯାଏ। ଏହା ଛାତ୍ରଛାତ୍ରୀଙ୍କ ଇଚ୍ଛା ଉପରେ ନିର୍ଭର କରେ କିଏ ଖାଇବ ନା ନାହିଁ।

ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇ ପଡ଼ିବାରୁ  ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଉଭୟ ପକ୍ଷ ପ୍ରତିନିଧିଙ୍କୁ ପୁଲିସ୍‌ ପଚରାଉଚରା କରୁଛି। ଜେଏନୟୁ କ୍ୟାମ୍ପସ୍‌ ଗେଟକୁ ବନ୍ଦ କରି ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁଲିସ୍‌ କହିଛି। ଜେଏନୟୁ ଛାତ୍ର ସଙ୍ଗଠନ ପକ୍ଷରୁ ଜେଏନୟୁ ପ୍ରଶାସନ ନିକଟରେ ପୂରା ମାମଲା ସମ୍ପର୍କରେ ଅଭିଯୋଗ କରାଯାଇଛି। ଅପରପକ୍ଷେ,  ଏହି ଘଟଣାକୁ ବିରୋଧ କରି ଜେଏନୟୁ ଛାତ୍ର ସଂଘ ଓ ଏବିଭିପି ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପୂରା ମାମଲାର ତଦନ୍ତ କରାଯାଉଛି। କୌଣସି ପ୍ରକାର ଅନୁଶାସନହୀନତାକୁ ବରଦାସ୍ତ କରାଯିବନି। କାହାରି ଖାଦ୍ୟପାନୀୟ, ବସ୍ତ୍ର ଓ ଆସ୍ଥା ଉପରେ କୌଣସି ପ୍ରକାର ରୋକ୍‌ ଲଗାଯାଇପାରିବ ନାହିଁ । ସବୁ ଛାତ୍ର ନିଜ ହିସାବରେ ନିଜ ଧର୍ମ ପାଳନ କରିପାରିବେ। ମେସ୍‌ ଷ୍ଟୁଡେଣ୍ଟ କମିଟି ଦ୍ୱାରା ପରିଚାଳିତ ହୁଏ ଓ ଉକ୍ତ କମିଟି ହିଁ ମେନୁ ସ୍ଥିର କରିଥାଏ ବୋଲି ଜେଏନୟୁର ପ୍ରଶାସନର ବରିଷ୍ଠ ଅଧିକାରୀ କହିଛନ୍ତି।

The post ଅଶାନ୍ତ ହେଲା ଜେଏନୟୁ କ୍ୟାମ୍ପସ୍; ରାମନବମୀରେ ନନ୍‌ଭେଜ ଖିଆକୁ ନେଇ ରକ୍ତାକ୍ତ ସଂଘର୍ଷ appeared first on Odisha Reporter.



from Odisha Reporter https://ift.tt/0316e8n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages