ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 1, 2022

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।  ଏନେଇ ଗଣଶିକ୍ଷା ମନ୍ତ୍ରୀ ପୂର୍ବରୁ ସୂଚନା ଦେଇଥିଲେ।

ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ହେବ । ସେହିଭଳି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ହେବ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ  ତାପମାତ୍ରା ୪୨ ଡିଗ୍ରୀ ଡେଇଁ ସାରିଲାଣି। ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ।  ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ଓ ସୁବିଧା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‌ଗୁଡ଼ିକୁ ସକାଳୁଆ କରାଯାଇଛି।  ସକାଳୁ ସକାଳୁ ସ୍କୁଲ ଆସି ପିଲାମାନେ ବେଶ୍‌ ଖୁସି ଥିବା ପରିଲକ୍ଷିତ ହୋଇଛି।

The post ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ appeared first on Odisha Reporter.



from Odisha Reporter https://ift.tt/uh9mKOs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages