ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ୍। ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଉଭୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ଗତ ୧୨ ଦିନ ମଧ୍ୟରେ ଲିଟର ପିଛି ୭.୨୦ଟଙ୍କା ବୃଦ୍ଧି ପାଇଲାଣି। ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨.୬୧ ଟଙ୍କା ଥିବା ବେଳେ ପୂର୍ବ ଦର ୧୦୧.୮୧ ଥିଲା। ସେହିପରି ଡିଜେଲ ଦର ୯୩.୦୭ ଟଙ୍କାରୁ ବୃଦ୍ଧି ପାଇ ୯୩.୮୭ ଟଙ୍କା ହୋଇଛି।
ସମଗ୍ର ଦେଶରେ ତୈଳ ଦର ବୃଦ୍ଧି ପାଇଛି। ବିଭିନ୍ନ ଦେଶରେ ଥିବା ଟ୍ୟାକ୍ସ ବ୍ୟବସ୍ଥା ଅନୁଯାୟୀ ଦର ବୃଦ୍ଧି ଲାଗୁ ହେଉଛି।
ଆଜିକୁ ଲଗାଇ ମାର୍ଚ୍ଚ ୨୨ ପରଠାରୁ ୧୦ଥର ତୈଳ ବୃଦ୍ଧି ହେଲାଣି। ୫ ରାଜ୍ୟରେ ନିର୍ବାଚନ ସରିବା ପରେ ଘନ ଘନ ଦର ବୃଦ୍ଧି ହେଉଛି। ତୈଳ ଠାରୁ ଆରମ୍ଭ କରି ଗ୍ୟାସ୍ ପର୍ଯ୍ୟନ୍ତ ଦର ବୃଦ୍ଧି ହେଉଛି। ଯାହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇଛି। ଇତିମଧ୍ୟରେ ତୈଳ ଦର ୭ ଟଙ୍କା ୨୦ ପଇସା ବୃଦ୍ଧି ପାଇଛି।
The post ଆଜି ପୁଣି ବଢ଼ିଲା ପେଟ୍ରୋଲ ଦର appeared first on Odisha Reporter.
from Odisha Reporter https://ift.tt/7sAGtWw
No comments:
Post a Comment