ଘରକୁ ଫେରୁଥିଲେ ବାପପୁଅ; ଫାୟାରିଂ କଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 24, 2022

ଘରକୁ ଫେରୁଥିଲେ ବାପପୁଅ; ଫାୟାରିଂ କଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଅସୁରକ୍ଷିତ ରାଜଧାନୀ । ଘରକୁ ଫେରୁଥିବା ବେଳେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଲେ ସୁନା ଦୋକାନ କରିଥିବା ବାପପୁଅ। ସୁନା ଲୁଟ୍‌ ଉଦ୍ଦେଶ୍ୟରେ ଲୁଟେରା ବାପପୁଅଙ୍କ ଉପରକୁ ଗୁଳି ମାଡ଼ କରିଥିବା ବେଳେ ଉଭୟ ଆହତ ହୋଇଛନ୍ତି। ଏହାଦେଖି ଲୁଟେରା ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ଟେର ପାଇପାରିନି ପୁଲିସ୍‌। ଏପରି ଲୁଟ୍‌ ଘଟଣା ଯାଆଁ ଫାଣ୍ଡି ଅଞ୍ଚଳରେ ଘଟିଛି। ଆହତ ବାପପୁଅଦ୍ୱୟ ହେଲେ ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଓ ତାଙ୍କ ପୁଅ ଲୋକନାଥ ସୁବୁଦ୍ଧି ।

ଉଭୟ ଭଗବାନ ଓ  ଲୋକନାଥ ଯାଆଁଳା ବଜାରରେ ନିଜ ସୁନା ଦେକାନକୁ ବନ୍ଦ କରି ଗତକାଲି ରାତିରେ ଘରକୁ ଫେରୁଥିଲେ। ମାତ୍ର ଗାଁ ନିକଟ ନିଛାଟିଆ ଅନ୍ଧାର ରାସ୍ତାରେ ଲୁଟେରାମାନେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରି ଲୁଟ୍‌ ଉଦ୍ୟମ କରିଥିଲେ ।  ଉଭୟ ବାପପୁଅ ଏହାକୁ ବିରୋଧ କରିବାରୁ ଲୁଟେରା ସେମାନଙ୍କ ଉପରକୁ ଗୁଳି ମାଡ଼ କରି ଫେରାର ହୋଇଥିଲେ ।

ଗୋଟିଏ ଗୁଳି ପୁଅ ଲୋକନାଥଙ୍କ ଗୋଡରେ ବାଜିଥିବା ବେଳେ ଭଗବାନ ମଧ୍ୟ ଆହତ ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ବାପପୁଅଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।  ତେବେ ଲୁଟେରାମାନେ ସୁନା ଲୁଟ୍ କରିବାରେ ସକ୍ଷମ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନି। ଖବର ପାଇ  ଯାଆଁଳା ଫାଣ୍ଡି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

The post ଘରକୁ ଫେରୁଥିଲେ ବାପପୁଅ; ଫାୟାରିଂ କଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/fZ7NJAj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages