କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଲା କରୋନା, ୫ ରଜ୍ୟକୁ କରାଇଲେ ସତର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 8, 2022

କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଲା କରୋନା, ୫ ରଜ୍ୟକୁ କରାଇଲେ ସତର୍କ

ନୂଆଦିଲ୍ଲୀ: ପୁଣି ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ। ବେଶ୍‌ କିଛି ଦିନର ବିରତି ପରେ ଦେଶରେ ୫ ରାଜ୍ୟରେ ଲଗାତର ବଢ଼ିବାକୁ ଲାଗିଛି କରୋନା ମାମଲା। ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ମିଜୋରାମରେ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖି ଏହି ସବୁ ରାଜ୍ୟଙ୍କୁ ସତର୍କ କରାଯାଇଛି।

ସ୍ୱାସ୍ଥ୍ୟ ସଚିବ ରାଶେଷ ଭୂଷଣ ରାଜ୍ୟଗୁଡିକୁ ଚିଠି ଲେଖିଛନ୍ତି। ସପ୍ତାହକ ମଧ୍ୟରେ ବଢିଥିବା ମାମଲା ବାସ୍ତବରେ ଚିନ୍ତାର ବିଷୟ ବୋଲି କୁହାଯାଇଛି। ଏଥିସହ ଆବଶ୍ୟକ ସ୍ଥଳେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଏଥିରେ କୁହାଯାଇଛି।

କରୋନା ଆକ୍ରାନ୍ତଙ୍କ ଆଖପାଖରେ କ୍ଲଷ୍ଟର ନିର୍ମାଣ ସହ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀ ଶାସନ ସଚିବ ମନୀଷା ସକ୍ସେନାଙ୍କୁ ଲେଖାଯାଇଥିବା ପତ୍ରରେ ଗତ ୧ ଏପ୍ରିଲ ପର୍ଯ୍ୟନ୍ତ ସପ୍ତାହକୁ ୭୨୪ ନୂଆ ମାମଲା ରେକର୍ଡ ହେଉଥିଲା। ହେଲେ୨ରୁ ୮ ଏପ୍ରିଲ ମଧ୍ୟରେ ଏହି ସଂଖ୍ୟା ବଢି ୮ଶହ ୨୬କୁ ପହଞ୍ଚିଛି ବୋଲି ଉଲ୍ଲେଖ କରାଯାଇଛି।

ଗତ ୨ ସପ୍ତାହ ହେଲା ଲଗାତାର କରୋନା ମାମଲା ଢି ଚାଲିଥିବା ବେଳେ ଏବେ କେବଳ ଦିଲ୍ଲୀରେ ଦୈନିକ ୧୧.୩୩ ପ୍ରତିଶତ ମାମଲା ଚିହ୍ନଟ ହେଉଛନ୍ତି। ଏଠାରେ ଦୈନିକ ସଂକ୍ରମଣ ହାର ୦.୫୧ରୁ ୧.୦୬ପ୍ରତିଶତକୁ ପହଞ୍ଚିଯାଇଛି। ଏହା ଛଡା ମହାରାଷ୍ଟ୍ରରେ ଏବେ ଦୈନିକ ୧୦.୦୯ ପ୍ରତିଶତ ହାରରେ ଲୋକେ ସଂକ୍ରମିତ ହେବାରେ ଲାଗିଲେଣି। ତେବେ ମିଜୋରାମରେ ସ୍ଥିତି ବେଶ୍‌ ଚିନ୍ତାଜନକ ରହିଛି।  ସଂକ୍ରମଣର ସମସ୍ତ ସୀମା ପାର ହୋଇଯାଇଛି। ଏଠାରେ ସଂକ୍ରମଣ ହାର ୧୬ ପ୍ରତିଶତ ଉପରେ ରହିଛି।

ମିଡିଆ ରିପୋର୍ଟରୁ ଜଣାପଡିଛି, ଅନେକ ରୋଗୀ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ମଳରେ କରୋନା ଜୀବାଣୁ ସକ୍ରିୟ ଥିବା ଜଣାପଡିଛି। ଏଥିପାଇଁ ସ୍ୱେରେଜ୍‌ ଲାଇନ୍‌ରେ କରୋନା ଜୀବାଣୁ ସକ୍ରିୟ ଥିବା କୁହାଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ଚେୟାରମ୍ୟାନ୍ ଡକ୍ଟର ଏନ.କେ ଆରୋରା ଗଣମାଧ୍ୟମକୁ କହିଛନ୍ତି ଯେ ସ୍ୱେରେଜ୍ ଲାଇନର ମନିଟରିଂ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

ସରକାରଙ୍କ ତରଫରୁ ଏହା କୁହାଯାଉଛି କୋଭିଡଙ୍କ ସହ ଯୁଦ୍ଧ ଜାରି ରହିଛି। ତେଣୁ, ମାସ୍କ ବିନା ବାହାରକୁ ଯାଆନ୍ତୁ ନାହିଁ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ। ଏହା ବ୍ୟତୀତ, ନିଶ୍ଚିତ ଭାବରେ କରୋନା ଟିକା ନେବାକୁ ପରାମର୍ଶ ଦିଆଯାଇଛି।

The post କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଲା କରୋନା, ୫ ରଜ୍ୟକୁ କରାଇଲେ ସତର୍କ appeared first on Odisha Reporter.



from Odisha Reporter https://ift.tt/3dnwDeK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages