ଲସ୍ ଏଞ୍ଜଲିସ୍: ମିଳିଲା ମୁଥ ମାରିବା ସଜା। ଦଣ୍ଡିତ ହେଲେ ହଲିଉଡ ଅଭିନେତା ୱିଲ୍ ସ୍ମିଥ। ତାଙ୍କୁ ଓସ୍କାର ପୁରସ୍କାର ଉତ୍ସବରେ ସାମିଲ ହେବାକୁ ଲାଗିଲା ବ୍ୟାନ୍। ଏହି ପୁରସ୍କାର ଉତ୍ସବରେ ଆସନ୍ତା୧୦ ବର୍ଷ ପର୍ଯ୍ୟନ୍ତ ସାମିଲ ହୋଇପାରିବେନି ହଲିଉଡ ଷ୍ଟାର ଓ୍ୱିଲ୍ ସ୍ମିଥ୍।
ନିକଟରେ ଶେଷ ହୋଇଥିବା ଓସ୍କର ଆଓ୍ୱାର୍ଡରେ ଖ୍ୟାତନାମା କମେଡିଆନ୍ କ୍ରିସ୍ ରକ୍ଙ୍କୁ ମୁଥ ମାରି ଚର୍ଚ୍ଚାର ଘେରକୁ ଆସିଥିଲେ ଓ୍ୱିଲ ସ୍ମିଥ୍। ଏହି ଉତ୍ସବରେ କ୍ରିସ୍ ରକ୍ଙ୍କୁ ମୁଥ ମାରିବା କାରଣରୁ ତାଙ୍କୁ ଓସ୍କର ଆଓ୍ୱାର୍ଡରୁ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ହଲିଉଡ ଫିଲ୍ମ ଆକାଡେମୀର ବୋର୍ଡ ଅଫ୍ ଗଭର୍ନର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଓ୍ୱିଲ ସ୍ମିଥ୍ ଓସ୍କର ସହ ହଲିଉଡ ଆକାଡେମୀ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରିବେ ନାହିଁ।
୨୦୨୨ ଓସ୍କର ଆଓ୍ୱାର୍ଡ ଉତ୍ସବରେ ହଲିଉଡ ଅଭିନେତା ଓ୍ୱିଲ ସ୍ମିଥ୍ ଷ୍ଟେଜ୍ ଉପରେ କମେଡିଆନ୍ କ୍ରିସ୍ ରକ୍ଙ୍କୁ ମୁଥ ମାରିଥିଲେ। କ୍ରିସ୍ ରକ୍ ଅଭିନେତା ଓ୍ୱିଲ୍ ସ୍ମିଥଙ୍କ ପତ୍ନୀଙ୍କ ଉପରେ ଷ୍ଟେଜ୍ ଉପରେ ରହି ଟିପ୍ପଣୀ କରିଥିଲେ। ଏହି କଥାକୁ ନାପସନ୍ଦ କରିବା ସହ ସେ ପ୍ରବଳ ରାଗି ଯାଇଥିଲେ। କାର୍ଯ୍ୟକ୍ରମ ମଝିରେ ଓ୍ୱିଲ ସ୍ମିଥ୍ ଷ୍ଟେଜ୍ ଉପରକୁ ଯାଇ କ୍ରିସ୍ ରକ୍ଙ୍କୁ ମୁଥ ମାରିଥିଲେ। ଏହି ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପରେ ୱିଲ ସ୍ମିଥ ନିଜ କରିଥିବା ଭୁଲ୍ ପାଇଁ ସମସ୍ତଙ୍କ ସାମ୍ନାରେ କ୍ରିସ୍ଙ୍କୁ କ୍ଷମା ମାଗିବା ସହ କାନ୍ଦିଥିଲେ।
The post ୧୦ ବର୍ଷ ପାଇଁ ବ୍ୟାନ୍ ହେଲେ ୱିଲ୍ ସ୍ମିଥ appeared first on Odisha Reporter.
from Odisha Reporter https://ift.tt/tqHjuiE
No comments:
Post a Comment