ମାଡ଼ିଗଲା ଲୌହ ଦାନବ; ଲିଭିଗଲା ୭ ଜୀବନ ଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 11, 2022

ମାଡ଼ିଗଲା ଲୌହ ଦାନବ; ଲିଭିଗଲା ୭ ଜୀବନ ଦୀପ

ବିଶାଖାପାଟଣା: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ଲିଭିଗଲା ୭ ଜୀବନ ଦୀପ । ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ  ଶ୍ରୀକାକୁଲମ୍ ଜିଲ୍ଲାର ଚିପୁରୁପାଲି ଷ୍ଟେସନ୍ ନିକଟରେ ଘଟିଛି ଏହି ଭୟାବହ ଦୁର୍ଘଟଣା। ରାତିର ଅନ୍ଧକାର ମଧ୍ୟରେ ଲୌହ ଦାନବ ନେଇଗଲା ୭ ଜୀବନ ।

ସୂଚନା ଅନୁଯାୟୀ,  କୋଏମ୍ବାଟୁର-ସିଲଚର ଏକ୍ସପ୍ରେସ ଟ୍ରେନ୍‌ ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା। ସିଗାଡ଼ାମ-ଚିପୁରୁପଲ୍ଲୀ ଷ୍ଟେସନ ମଝିରେ ଇଞ୍ଜିନ ଖରାପ ହେବାରୁ ଟ୍ରେନ୍‌ଟି ଅଟକିଥିଲା। ଏହି ସମୟରେ କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ଟ୍ରାକ୍‌ରେ ବୁଲୁଥିଲେ। ହୁଏତ କିଛି ସମୟ ପରେ ଟ୍ରେନ୍‌ ଠିକ୍‌ ହୋଇଥିଲେ ନିଜ ଗନ୍ତବ୍ୟ ସ୍ଥଳ  ଅଭିମୁଖେ ଯାଇଥାନ୍ତେ। ହେଲେ ବିଧିର ବିଧାନ ଥିଲା ଅଲଗା । ଜଗି ରହିଥିଲା ଯମ । କିଛି ବୁଝିବା ଆଗରୁ ରାତିର ଅନ୍ଧକାରରେ ମାଡ଼ି ଆସିଲା ମୃତ୍ୟୁ।

 ଏହି ସମୟରେ ଅପର ପାର୍ଶ୍ୱରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଟ୍ରାକ୍‌ରେ ଥିବା ୭ ଜଣଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ସମସ୍ତ ୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।  ଦୁର୍ଘଟଣା ସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଶ୍ରୀକାକୁଲମ ଏସ୍‌ପି ଜି. ଆର ରାଧିକାଙ୍କ କହିବା ମୁତାବିକ, ଏ ପର୍ଯ୍ୟନ୍ତ ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ମୃତଦେହ ଜବତ ସହ  ସେମାନଙ୍କ ଚିହ୍ନଟ କରାଯାଇଛି।  ସମସ୍ତ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ବେଳେ ସେଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୁଲିସ୍‌ ଓ ରେଲୱେ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ଯାତ୍ରୀ ଟ୍ରାକ୍‌ ପାର୍‌ ହେବାକୁ ଉଦ୍ୟମ କରି ନ ଥିଲେ ହୁଏତ ଏହି ଅଘଟଣ ଘଟି ନ ଥାନ୍ତା।

ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ୍‌ ଜଗନ ମୋହନ ରେଡ୍ଡି। ଏହି ଦୁର୍ଘଟଣାରେ ଆହତଙ୍କୁ ତତ୍କାଳ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ଜିଲ୍ଲା ଅଧିକାରୀଙ୍କୁ ସୂଚନା ଦେଇଛନ୍ତି।

The post ମାଡ଼ିଗଲା ଲୌହ ଦାନବ; ଲିଭିଗଲା ୭ ଜୀବନ ଦୀପ appeared first on Odisha Reporter.



from Odisha Reporter https://ift.tt/zPLe3vh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages