ଗୋଷ୍ଠୀ ସଂଘର୍ଷ ଯୋଗୁ ନାକେଦମ ପ୍ରଶାସନ, କେନ୍ଦୁଝରରେ ବନ୍ଦ କଲା ଇଣ୍ଟରନେଟ୍ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 11, 2022

ଗୋଷ୍ଠୀ ସଂଘର୍ଷ ଯୋଗୁ ନାକେଦମ ପ୍ରଶାସନ, କେନ୍ଦୁଝରରେ ବନ୍ଦ କଲା ଇଣ୍ଟରନେଟ୍ ସେବା

ଯୋଡ଼ା(ଦୀପକ କୁମାର ଶତପଥୀ): କେନ୍ଦୁଝର ଜିଲ୍ଲା ଯୋଡ଼ାରେ  ଗତକାଲି ଦୁଇ ଗୋଷ୍ଠୀମଧ୍ୟରେ ଗଣ୍ଡଗୋଳ ପରେ ଜିଲ୍ଲା ପ୍ରଶାସନ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ  ଚେଷ୍ଟା ଚଳାଇଛି।  ଅଧିକ ଗଣ୍ଡଗୋଳ ଆଶଙ୍କାରେ  ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।  ଗତକାଲିଠୁ ଯୋଡା ସହରରେ ୧୪୪ ଧାରା ଜାରି ହେବା ସହ ୧୪ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି। ଯୋଡ଼ାରେ ଏବେ ପରିସ୍ଥିତି ଶାନ୍ତ ଥିବା  ଜଣାଯାଇଛି।

ସୂଚନାଯୋଗ୍ୟ, ରାମନବମୀ ଅବସରରେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକମାନେ ଝଣ୍ଡା ଧରି ୪ ନମ୍ୱର ୱାର୍ଡରେ ଥିବା ଶିବ ମନ୍ଦିରକୁ ଯିବା ପାଇଁ ଚାହୁଁଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଯିବାକୁ ଅନୁମତି ଦେଇନଥିଲା। ଗତକାଲି ସକାଳେ ପୁଣି ଥରେ ୫ ଜଣ ଯୁବକ ଝଣ୍ଡା ଧରି ମନ୍ଦିରକୁ ଯିବାକୁ ବାହାରିଥିଲେ।

ପୁଲିସ ସେମାନଙ୍କୁ ବାରଣ କରିଥିଲା। ଯାହାଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉତ୍ତ୍ୟକ୍ତ ଲୋକମାନେ ଷ୍ଟେଟ୍‌ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସି ଥିଲେ। ଗତକାଲି ଅପରାହ୍ନରେ ପୁଣି ଥରେ ଝଣ୍ଡା ଧରି ସେମାନେ ମନ୍ଦିରକୁ ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।  ଉଭୟ ପକ୍ଷରୁ ଭଙ୍ଗାରୁଜା ସହ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଥିଲା।  ଏଥିରେ କିଛି ବ୍ୟକ୍ତି ଆହତ ହୋଇଥିଲେ।

ଉତ୍ତେଜନା ବଢ଼ୁଥିବା ଦେଖି ଗତକାଲି ସନ୍ଧ୍ୟା ସାଢ଼େ ୫ଟାରୁ  ଯୋଡ଼ାରେ ୧୪୪ ଧାରା ଜାରି କରାଯାଇଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ  ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

 

 

The post ଗୋଷ୍ଠୀ ସଂଘର୍ଷ ଯୋଗୁ ନାକେଦମ ପ୍ରଶାସନ, କେନ୍ଦୁଝରରେ ବନ୍ଦ କଲା ଇଣ୍ଟରନେଟ୍ ସେବା appeared first on Odisha Reporter.



from Odisha Reporter https://ift.tt/wSZCrQx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages