ଶେଷରେ ୱିନିଂ ଟ୍ରାକ୍‌କୁ ଫେରିଲା ଚେନ୍ନାଇ, ଆଜି ମୁମ୍ବାଇ-ପଞ୍ଜାବ ଟକ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 12, 2022

ଶେଷରେ ୱିନିଂ ଟ୍ରାକ୍‌କୁ ଫେରିଲା ଚେନ୍ନାଇ, ଆଜି ମୁମ୍ବାଇ-ପଞ୍ଜାବ ଟକ୍କର

ମୁମ୍ବାଇ: ଲଗାତାର ୪ଟି ପରାଜୟ ପରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ବିଜୟ ଖାତା ଖୋଲିବାକୁ ସକ୍ଷମ ହୋଇଛି। ମଙ୍ଗଳବାର ରାତିରେ ଖେଳା ଯାଇଥିବା ମ୍ୟାଚରେ ଦଳ ପ୍ରତିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୨୩ ରନ୍‌ରେ ପରାସ୍ତ କରି ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଛି।

ସେହିପରି ଆରସିବିର ଏହା ୨ୟ ପରାଜୟ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୨୧୬ ରନ୍‌ କରିଥିଲା। ଏହାର ଜବାବରେ ଆରସିବି ୯ ୱିକେଟ ହରାଇ ୧୯୩ ରନ୍‌ କରିପାରିଛି। ଦୁଇ ଯୁବ ତାରକା ଶହବାଜ ଅହମଦ, ସୁୟାଶ ପ୍ରଭୁଦେଶାଇଙ୍କ ସମେତ ଅଭିଜ୍ଞ ଦୀନେଶ କାର୍ତ୍ତିକ ଭଲ ରନ୍‌ କରିଥିଲେ ହେଁ ଆରସିବିର ବିଜୟ ପାଇଁ ଏହା ଯଥେଷ୍ଟ ହୋଇନାହିଁ। ସେହିପରି ଚେନ୍ନାଇ ପାଇଁ ଡେବ୍ୟୁ କରିଥିବା ଶ୍ରୀଲଙ୍କା ସ୍ପିନର ମହେଶ ଥିକସାନା ୪ ୱିକେଟ ଦଖଲ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଅନ୍ୟପକ୍ଷରେ ଆଜି ପୁଣେରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ। ମୁମ୍ବାଇ ଏଯାଏ ୪ଟି ମ୍ୟାଚ୍‌ ଖେଳିଥିଲେ ହେଁ ବିଜୟ ସ୍ୱାଦ ପାଇନାହିଁ। ସେହିପରି ପଞ୍ଜାବ ଗତ ମ୍ୟାଚ୍‌ରେ ଗୁଜରାଟ ଠାରୁ ହାରି ଯାଇଛି। ପଞ୍ଜାବ ଚଳିତ ବର୍ଷ ଆଇପିଏଲରେ ୪ଟି ମ୍ୟାଚରୁ ୨ଟିରେ ଜିତିଛି ଓ ୨ଟିରେ ହାରିଛି। ତେଣୁ ଉଭୟ ଦଳ ଆଜି ବିଜୟ ହାସଲ ପୂରା ଦମରେ ଲାଗିପଡ଼ିବେ। ଏହି ମ୍ୟାଚଟି ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ।

ମଙ୍ଗଳବାର ମ୍ୟାଚକୁ ବିଚାରକୁ ନେଲେ ଶିବମ ଦୁବେଙ୍କ ଅପରାଜିତ ୪୬ ବଲରେ ୯୫ ଓ ରବିନ ଉଥାପ୍ପାଙ୍କ ୫୦ ବଲରେ ୮୮ ରନ୍ ବଳରେ ଚେନ୍ନାଇ ବିଶାଳ ୨୧୬ କରି ପାରିଥିଲା। ୨୧୭ ରନର ଟାର୍ଗେଟ ପିଛା କରୁଥିବା ଆରିସିବି ଆରମ୍ଭରୁ ଓପନର ତଥା ଅଧିନାୟକ ଫାଫ ଡୁପ୍ଲେସିସ(୮)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମହେଶ ଥିକସାନା ନେଇଥିଲେ। ବିରାଟ କୋହଲି(୧) ଓ ଅନୁଜ ରାୱତ(୧୨) ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ। ବିରାଟଙ୍କ ୱିକେଟ ମୁକେଶ ଚୌଧୁରୀଙ୍କ ଖାତାକୁ ଯାଇଥିବା ବେଳେ ଅନୁଜଙ୍କୁ ଥିକସାନା ପ୍ୟାଭିଲିୟନ ପଠାଇଥିଲେ।

ଗ୍ଲେନ ମ୍ୟାକ୍ସୱେଲ ୧୧ ବଲରେ ବିସ୍ଫୋରକ ୨୬ ରନ୍ କରିଥିଲେ ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହାପରେ ଶାହବାଜ ଅହମଦ ଓ ସୁୟାଶ ପ୍ରଭୁଦେଶାଇ ସ୍ଥିତି ସମ୍ଭାଳି ଦଳୀୟ ସ୍କୋର ଆଗକୁ ନେଇଥିଲେ। ଦୁହେଁ ୫ମ ୱିକେଟ ପାଇଁ ୬୦ ରନ୍‌ର ଭାଗିଦାରୀ ମଧ୍ୟ କରିଥିଲେ। ହେଲେ ଥିକସାନା ଉଭୟଙ୍କ ୱିକେଟ ନେଇ ଆରିସିବିକୁ ଡବଲ ଝଟକା ଦେଇଥିଲେ।

ପ୍ରଥମେ ସେ ପ୍ରଭୁଦେଶାଇ(୩୪) ଓ ପରେ ୪୧ ରନ୍‌ କରିଥିବା ଶାହବାଜଙ୍କୁ କ୍ଲିନବୋଲ୍ଡ କରିଥିଲେ। ଦୀନେଶ କାର୍ତ୍ତିକ ମାତ୍ର ୧୪ଟି ବଲ ଖେଳି ୩୪ ରନ୍‌ କରିଥିଲେ ମଧ୍ୟ ଡ୍ୱେନ ବ୍ରାଭୋଙ୍କ ବଲରେ ଆଉଟ ହୋଇଯାଇଥିଲେ। ୱାନିନ୍ଦୁ ହାସରଙ୍ଗା(୭) ଓ ଆକାଶ ଦୀପ(୦)ଙ୍କ ଶିକାର ଜାଡେଜା କରିଥିଲେ। ମହମ୍ମଦ ସିରାଜ ୧୧ ଓ ଜୋଶ ହେଜେଲଉଡ ଶେଷ ଯାଏ ୭ ରନ୍‌ କରିଅପରାଜିତ ରହିଥିଲେ। ଏଥିସହ ଆରସିବି ମଧ୍ୟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ୧୯୩ ରନ୍‌ରେ ଅଟକି ଯାଇଥିଲା।

ଚେନ୍ନାଇ ପକ୍ଷରୁ ଥିକସାନା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି, ଡ୍ୱେନ ବ୍ରାଭୋ ଓ ମୁକେଶ ଚୌଧୁରୀଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

The post ଶେଷରେ ୱିନିଂ ଟ୍ରାକ୍‌କୁ ଫେରିଲା ଚେନ୍ନାଇ, ଆଜି ମୁମ୍ବାଇ-ପଞ୍ଜାବ ଟକ୍କର appeared first on Odisha Reporter.



from Odisha Reporter https://ift.tt/pA028Ns

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages