କଟକ(ଓଡ଼ିଶା ରିପୋର୍ଟର): ରବିବାର ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ତିନି ଜଣ ନାବାଳକଙ୍କ ମୃତଦେହ କରାଯାଇଛି। ରବିବାର ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଜଣେ ନାବାଳକ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ସକାଳେ ଗୁରୁଦ୍ୱାର ନିକଟରୁ ଆଉ ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଏମ.ଡି. ସାଦ୍ଦିକ।
ରବିବାର ଅପରାହ୍ଣରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ, ସାଜିକ୍ ମଜିଦ୍ ଓ ଆୟୁର ଖାନ୍ ଘରେ ମିଛ କହି ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ।
ସେଠାରେ ଉପସ୍ଥିତ ଲୋକମାନେ ଚିତ୍କାର ଶୁଣି ସାହିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ଆୟୁର ଖାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଖବର ପାଇ ଗତକାଲି ଅଗ୍ନିଶମ, ଓଡ୍ରାଫ୍ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ପ୍ରବଳ ପାଣି ଥିବାରୁ ଖୋଜିବାରେ ଅସୁବିଧା ଦେଖା ଦେବାରୁ ଯୋବ୍ରା ବ୍ୟାରେଜରେ ଗେଟ୍ ପକାଯାଇ ପାଣିକୁ ଅଟକା ଯାଇଥିଲା। ପାଣି କମିବା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା।ସମସ୍ତଙ୍କ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
The post ମହାନଦୀରେ ୩ ନାବାଳକ ବୁଡ଼ିଯିବା ଘଟଣା; ମିଳିଲା ତୃତୀୟ ମୃତଦେହ appeared first on Odisha Reporter.
from Odisha Reporter https://ift.tt/u3rkZpY
No comments:
Post a Comment