କଟକ(ଓଡ଼ିଶା ରିପୋର୍ଟର): ବାରବାଟୀ ଟି-20 ପାଇଁ ଆଜିଠାରୁ ଅନ୍ଲାଇନ୍ରେ ଟିକେଟ ବିକ୍ରି ହେବ। ପେଟିଏମ୍କୁ ଟିକେଟ୍ ବିକ୍ରି ପାଇଁ ଓସିଏ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ସକାଳ ୧୧ଟାରୁ ଆରମ୍ଭ ହେବ ଅନ୍ଲାଇନ୍ରେ ଟିକେଟ ବିକ୍ରି। ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ।
ଗ୍ୟାଲେରୀ ନମ୍ବର ୨,୪,୭ , ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ୍। ପେଟିଏମ୍ ଆପ୍ଲିକେସନ ନଚେତ ପେଟିଏମ୍ ଅନ୍ଲାଇନ୍ ସାଇଟକୁ ଯାଇ ଟିକେଟ ବୁକିଙ୍ଗ କରିହେବ। ନିଜର ଆଇଡ଼ି ପ୍ରୁଫ, ଫୋନ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ୍ କରିବେ ଟିକେଟ।
ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ। ଏଥିସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ୍ କାଉଣ୍ଟରରେ ଅଫ୍ଲାଇନ୍ ଟିକେଟ ବିକ୍ରି ହେବ। ଜୁନ ୧୨ ତାରିଖରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ୟାଚ୍।
The post ବାରବାଟୀ ଟି-20; ଆଜିଠୁ ଅନ୍ଲାଇନ୍ରେ ଟିକେଟ୍ ବିକ୍ରି appeared first on Odisha Reporter.
from Odisha Reporter https://ift.tt/LiAFX6p
No comments:
Post a Comment