ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ବଢ଼ିଲା କଞ୍ଚା ଛେନା ଓ ପନୀର ଦର। ଛେନା କେଜି ପ୍ରତି ୧୫ ଟଙ୍କା ବଢ଼ିଥିବା ବେଳେ ପନିର କେଜି ପିଛା ୨୦ ଟଙ୍କା ବୃଦ୍ଧି ପାଇଛି। ହୋଲସେଲ୍ ଦରରେ କେଜି ପିଛା ଛେନା ଥିଲା ୧୬୫ଟଙ୍କା। ଏବେ ଦର ବଢ଼ି ୧୮୫ ଟଙ୍କା ହୋଇଛି।
ସେହିପରି ପନୀର ହୋଲସେଲ ଦର ୨୦୦ ଟଙ୍କା କେଜି ଥିଲା। ଦର ବଢ଼ିବା ପରେ ଏବେ ୨୨୦ ହୋଇଛି। ଗତ ୪ ବର୍ଷ ହେଲା ଦର ବଢ଼ି ନଥିଲା। ଏବେ ଯେଉଁ ଦର ବଢ଼ିଲା ତାହା ଚାଷୀଙ୍କୁ ଦିଆଯିବ ବୋଲି ଭୁବନେଶ୍ୱର ମିଲ୍କ ପ୍ରଡକ୍ଟ ସେଲ୍ସ ଆସୋସିଏସନ ସମ୍ପାଦକ ବେଣୁଧର ବେହେରା କହିଛନ୍ତି। ଏହାରି ଭିତରେ ଓମ୍ଫେଡ୍ ଦୁଇ ଥର ଦର ବଢାଇ ସାରିଲାଣି ବୋଲି ସଂଘ ସୂଚନା ଦେଇଛି।
The post ବଢ଼ିଲା କଞ୍ଚା ଛେନା ଓ ପନୀର ଦର appeared first on Odisha Reporter.
from Odisha Reporter https://ift.tt/jAeENyr
No comments:
Post a Comment