ଶ୍ରୀଲଙ୍କା ସ୍ଥିତି ଭୟଙ୍କର, ହିଂସାରେ ଗଲାଣି ୮ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 10, 2022

ଶ୍ରୀଲଙ୍କା ସ୍ଥିତି ଭୟଙ୍କର, ହିଂସାରେ ଗଲାଣି ୮ ଜୀବନ

କଲମ୍ବୋ: ଜଳୁଛି ସୁନାର ଲଙ୍କା। ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ସବୁଠି ଦେଖିବାକୁ ମିଳିଛି ହିଂସା ଓ ହାହାକାର। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ରାଜନେତାମାନେ ଭୟରେ ଆତ୍ମଗୋପନ କରିଛନ୍ତି। ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏଥିରୁ ପୁଲିସ ଓ ସେନା ମଧ୍ୟ ବାଦ୍ ପଡ଼ୁନାହାନ୍ତି।

ଏଠାକାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ହିଂସା ସୃଷ୍ଟି କରିଥିବା ଅଭିଯୋଗ ରହିଛି। ଏହି ହିଂସାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ନେତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏହି ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ବଡ଼ ପଦକ୍ଷେପ ନିଆଯାଇଛି। ହିଂସା ଘଟାଉଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଏହି ହିଂସା ଭିତରେ ଶ୍ରୀଲଙ୍କାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସୁରକ୍ଷା ମୁଖ୍ୟଙ୍କୁ ଡକାଇଛି ସିଆଇଡି। ବାସ୍ତବରେ, ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା ଲୋକଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ବିଷୟରେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ସିଆଇଡି ତାଙ୍କୁ ସମନ ପଠାଇଛି। କୁହାଯାଉଥିଲା ଯେ ସୋମବାର ଦିନ ଏହି ଆକ୍ରମଣ ରାଜପକ୍ଷେଙ୍କ ସମର୍ଥକଙ୍କ ଦ୍ୱାରା କରାଯାଇଥିଲା, ଯାହାପରେ ହିଂସା ଉଗ୍ର ରୂପ ନେଇଥିଲା।

ଏହି ହିଂସା ଭିତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଟ୍ୱିଟ୍‌ ସାମ୍ନାକୁ ଆସିଛି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଶ୍ରୀଲଙ୍କାର ସମସ୍ତ ବାସୀଙ୍କୁ ଏକଜୁଟ୍‌ ହୋଇ ଏହି ଆର୍ଥିକ, ସାମାଜିକ ଏବଂ ରାଜନୈତିକ ସମସ୍ୟାର ସମାଧାନ କରିବା ଉଚିତ। ଜାତି ଏବଂ ଧାର୍ମିକ ଅସାମଞ୍ଜସ୍ୟରୁ ବାହାରକୁ ବାହାରିବା ପାଇଁ ସେ ସମସ୍ତ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

ସୂଚନା ଅନୁସାରେ, ମହିନ୍ଦା ରାଜପକ୍ଷେ ଓ ତାଙ୍କ ପରିବାର ତ୍ରିଙ୍କୋମାଲିର ନୌସେନା ଘାଟିରେ ଆଶ୍ରୟ ନେଇଛନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହିନ୍ଦା ନୌସେନା ଘାଟିକୁ ଚାଲିଯାଇଛନ୍ତି । ତ୍ରିଙ୍କୋମାଲି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ଇସ୍ତଫା ଦେଇଥିଲେ ବି ଲୋକଙ୍କ ଅସନ୍ତୋଷ କିନ୍ତୁ ଥମିନାହିଁ। ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଭିଡ ନିୟନ୍ତ୍ରଣ ପାଇଁ ପୁଲିସକୁ ଲୁହବୁହା ଗ୍ୟାସ ଓ ଗୁଳିମାଡ କରିବାକୁ ପଡିଥିଲା।

The post ଶ୍ରୀଲଙ୍କା ସ୍ଥିତି ଭୟଙ୍କର, ହିଂସାରେ ଗଲାଣି ୮ ଜୀବନ appeared first on Odisha Reporter.



from Odisha Reporter https://ift.tt/AGwy6JP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages