ଭଦ୍ରକ(ପାର୍ଥ ସାରଥୀ ନାୟକ): ମହଙ୍ଗା ପଡିଲା ଚୋରା ପିରତି। ଅକଳରେ ପଡିଗଲେ ୨ ପ୍ରେମୀ ଯୁଗଳ। ମିଛ ବରଯାତ୍ରୀ ହୋଇ ଆସିଥିବା ୨ ଭଉଣୀଙ୍କ ପ୍ରେମିକଦ୍ୱୟ ଗାଁ ଲୋକଙ୍କ ହାବୁଡ଼ରେ ପଡିଗଲେ। ଶେଷରେ ଜଣେ ବାହା ହେଲେ ଆଉ ଜଣେ ଜରିମାନା ଦେଇ ମୁକୁଳିଲେ । ବଡଭଉଣୀ ନିଜ ପ୍ରେମିକଙ୍କୁ ବିବାହ କରିଥିବା ବେଳେ ସାନଭଉଣୀଙ୍କ ପ୍ରେମିକ ଜରିମାନା ଦେଇ ଗାଁରୁ ମୁକୁଳିବାରେ ସକ୍ଷମ ହେଲେ। ଏମିତି ଏକ ଘଟଣା ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଶିରାପୁର ଗ୍ରାମରେ ଘଟିଛି ।
ଗତ ରାତିରେ ଶିରାପୁର ଗାଁରେ ଏକ ବିବାହ କାର୍ଯ୍ୟ ଚାଲିଥିବା ବେଳେ ପଡିଶା ଘରର ଦୁଇ ଭଉଣୀ ନିଜ ନିଜ ପ୍ରେମିକଙ୍କୁ ଆସିବା ପାଇଁ କହିଥିଲେ। ଆଉ ଦୁଇ ପ୍ରେମିକ ମଧ୍ୟ ବରଯାତ୍ରୀରେ ସାମିଲ ହୋଇ ପଳାଇ ଆସିଥିଲେ। ଏହାପରେ ସୁଯୋଗ ଦେଖି ସେମାନେ ନିଜ ନିଜ ପ୍ରେମିକାଙ୍କ ସହ ରାତିରେ ରହିଥିଲେ। ଏହି ଖବର ଗାଁଲୋକ ଜାଣିବା ପରେ ଘର ଆଗରେ ପହଞ୍ଚିଥିଲେ।
ଏହାପରେ କବାଟ ବାଡ଼େଇବାରୁ ସୁଯୋଗ ଦେଖି ଜଣେ ପ୍ରେମିକ ଦୌଡି ପଳାଉଥିବା ବେଳେ ଗାଁଲୋକଙ୍କ ହାତରେ ଧରା ପଡିଗଲେ । ଅନ୍ୟ ଜଣେ ଘର ଭିତରୁ ହିଁ ଧରାପଡିଗଲେ। ଗାଁଲୋକେ ଦୁଇଜଣଙ୍କୁ ଧରି ଉତ୍ତମ ମଧ୍ୟମ ଦେଵା ସହ ଗାଁ କ୍ଲବ ଘର ଭିତରେ ପଶାଇ ଚାବି ପକାଇ ଦେଇଥିଲେ। ଏହାପରେ ଉଭୟ ଯୁବକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ବଡ ଭଉଣୀର ପ୍ରେମିକ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳର ସତ୍ୟରଞ୍ଜନ ଜେନାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କ ରାଜିନାମା ପରେ ଗାଁରେ ବିବାହ କରାଯାଇଛି।
କିନ୍ତୁ ସାନଭଉଣୀର ପ୍ରେମିକ ଜଣକ ପୂର୍ବରୁ ବିବାହିତ ବୋଲି ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ବିବାହିତ ପ୍ରେମିକ ଖଇରା ଥାନା ଅଧିନସ୍ଥ ରଟିଣାଗାଁର ମାନସ ନାୟକ ପୂର୍ବରୁ ପ୍ରେମ ବିବାହ କରିଛନ୍ତି। ହେଲେ ପରେ ରଙ୍ଗ ନମ୍ବରରୁ ଏହି ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଗାଁଲୋକେ ଦ୍ଵିତୀୟ ବିବାହ ପାଇଁ ଅଡି ବସିଥିବା ବେଳେ ଖବର ପାଇ ମାନସଙ୍କ ସ୍ତ୍ରୀ ଆସି ପହଞ୍ଚିଥିଲେ। ମାନସଙ୍କ ସ୍ତ୍ରୀ କିନ୍ତୁ ସ୍ୱାମୀଙ୍କ ଦ୍ୱିତୀୟ ବିବାହରେ ରାଜି ନ ହେବାରୁ ଗ୍ରାମବାସୀଙ୍କ ଉପସ୍ଥିତିରେ ୨୦ହଜାର ଟଙ୍କାର ଜୋରିମାନା ଦେଇ ମାନସ ମୁକୁଳିଥିଲେ। ଏମିତି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
The post ବରଯାତ୍ରୀ ବେଶରେ ଆସିଥିଲେ ୨ ପ୍ରେମିକ; ଜଣେ ବାହା ହେଲେ, ଜଣେ ଦେଲେ ଜରିମାନା appeared first on Odisha Reporter.
from Odisha Reporter https://ift.tt/9tCzo5x
No comments:
Post a Comment