ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ: ପୁଟିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 9, 2022

ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ: ପୁଟିନ

କିଭ୍‌: ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ । ମସ୍କୋରେ ବିଜୟ ଦିବସ ପାଳନ ଅବସରରେ ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିସହ ନିକଟରେ ଯୁଦ୍ଧ ଶେଷ ନହୋଇପାରେ । ରେଡ୍ ସ୍କୋୟରରେ ଅନୁଷ୍ଠିତ ବାର୍ଷିକି ବିଜୟ ଦିବସ ପରେଡରେ ରାଷ୍ଟ୍ରପତି ପୁଟିନ ଟେଲିଭିଜନ ଯୋଗେ ଉଦବୋଧନ ଦେଇ ମାତୃଭୂମିର ଭବିଷ୍ୟତ ପାଇଁ ରୁଷିଆ ସୈନ୍ୟ ୟୁକ୍ରେନରେ ଲଢୁଥିବା ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ରୁଷର ୟୁକ୍ରେନ୍ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି ସେ କହିଛନ୍ତି  ।

ସୈନ୍ୟମାନଙ୍କ ବୀରତ୍ୱକୁ ବି ଉଚ୍ଚ ପ୍ରଂଶସା କରିଛନ୍ତି ।  ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ସେଭଳି କିଛି ବଡ ଘୋଷଣା କରିନାହାନ୍ତି ପୁଟିନ୍ । ତାସହ ନାଟୋ ପଡୋଶୀ ଅଞ୍ଚଳ ଉପରେ ସାମରିକ ନିୟନ୍ତ୍ରଣ ଲାଗି କାମ ଆରମ୍ଭ କରିଥିଲା ।

ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।  ଗୋଟିଏ ପଟେ ମସ୍କୋରେ ପୁଟିନ ବିଜୟ ଦିବସ ପାଳୁଥିବା ବେଳେ, ଅନ୍ୟପଟେ ପୋଲାଣ୍ଡରେ ଅପଦସ୍ତ ହେଲେ ରୁଷୀୟ ରାଷ୍ଟ୍ରଦୂତ । ଓ୍ୱାର୍ସରେ ଅବସ୍ଥାପିତ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ଆଭିନ୍ଦ୍ରଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଲେ ଆନ୍ଦୋଳନକାରୀ ।  ଓ୍ୱାର୍ସରେ ଥିବା ସୋଭିଏତ୍ ଓ୍ୱାର୍ ମେମୋରିଆଲ୍ ନିକଟରେ  ଏହି ଘଟଣା ଘଟିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରୋ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି ।  ଏହି ଉପଲକ୍ଷେ ଓ୍ୱାର୍ସ ସ୍ଥିତ ସୋଭିଏତ୍ ମିଲିଟାରୀ ସିମେଟାରୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଯାଇଥିଲେ ରୁଷୀୟ ରାଷ୍ଟ୍ରଦୂତ ସର୍ଗେଇ ।

ତେବେ ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରୁଥିବା ପୋଲାଣ୍ଡର କିଛି ସାମାଜିକ କର୍ମୀ ତାଙ୍କୁ ଘେରିଯାଇ ହତ୍ୟାକାରୀ ବୋଲି ନାରାବାଜି କରିବା ସହିତ ୟୁକ୍ରେନ୍ ପତାକା ଉଡ଼ାଇଥିଲେ ।  ଏହି ସମୟରେ କିଛି ବିକ୍ଷୋଭକାରୀ ତାଙ୍କ ଉପରକୁ ନାଲି ରଙ୍ଗ ଫୋପାଡ଼ିଥିବା ଦେଖିବାକୁ ମିଳିଛି ।  ଏହି ଘଟଣାକୁ ଆକ୍ରମଣ ଦର୍ଶାଇ ତୀବ୍ର ନିନ୍ଦା କରିଛି ରୁଷ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ।

The post ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ: ପୁଟିନ appeared first on Odisha Reporter.



from Odisha Reporter https://ift.tt/bKPCJDM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages