ବେଙ୍ଗାଲୁରୁ: ଛୁଆର ଜନ୍ମ ଦିନ ଥିଲା। ବେଲୁନ ଲାଗିବା ଠାରୁ ଆରମ୍ଭ କରି, ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କ ମେଳି, କ୍ୟାକ କଟା ଓ ଖାନାପିନା ପର୍ଯ୍ୟନ୍ତ କେତେ ଜାକଯକମର ପାଳନ ହୋଇଥାନ୍ତା ଜନ୍ମଦିନ। ଆନନ୍ଦ ଉତ୍ସବରେ ଉଚ୍ଛୁଳି ପଡ଼ିଥାନ୍ତା ପରିବେଶ। ହେଲେ ଏତେ ଖୁସିବାସି ପାଇଁ ପାଖରେ ଅର୍ଥ ନଥିଲା। ଏହି କଥା ଭାବି ଭାବି ଶେଷରେ ଜଣେ ମା’ ଜୀବନ ହାରିଦେଇଛିନ୍ତି।
ଦାରିଦ୍ର୍ୟର ଏମିତି ଏକ କରୁଣ ପରିଣତି ବେଙ୍ଗାଲୁରରେ ଘଟିଛି। ନିଜ ଦୁଇ ବର୍ଷର ଛୁଆର ଜନ୍ମଦିନ ପାଳିବାକୁ ଅସମର୍ଥ ହେବାରୁ ଆତ୍ମହତ୍ୟା କରିଛନ୍ତି ମହିଳା। ପୁଲିସ କହିବା ଅନୁଯାୟୀ, ପରିବାରର ଆଥିର୍କ ସଙ୍କଟ ଯୋଗୁ ମହିଳା ଜଣକ ମାନସିକ ଚାପରେ ରହୁଥିଲେ। ନିଜ ପୁଅର ଜନ୍ମଦିନ ପାଳି ନପାରିବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ମୃତକ ଜଣକ ହେଲେ ୩୫ ବର୍ଷୀୟୀ ତେଜସ୍ୱନୀ ।ଶୁକ୍ରବାର ନିଜ ଘରେ ଫ୍ୟାନରେ ଶାଢ଼ି ଲଗାଇ ସେ ଆତ୍ମ ହତ୍ୟା କରିଛନ୍ତି।
ଏହି ଘଟଣା ଅପରାହ୍ନ ୫ଟା ୩୦ରେ ଘଟିଥିବା ପୁଲିସ ସୂଚନା ଦେଇଛି। ଖବର ପାଇ ଗ୍ରାମାବସୀ ତେଜସ୍ୱନୀଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେଜସ୍ୱନୀଙ୍କ ଭାଇ ଶ୍ରୀକାନ୍ତ ପୁଲିସକୁ କହିଛନ୍ତି ଯେ, ତାଙ୍କ ଭଉଣୀ ଜଣେ ଚାଷୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଦୁଇ ବର୍ଷର ଧନୁଷ ଏବଂ ଅନ୍ୟ ଜଣେ ୪ ବର୍ଷର ଦିକ୍ସା ଅଛନ୍ତି। ପାରିବାରିକ ଆର୍ଥିକ ଅନଟନ ଯୋଗୁ ଦୀର୍ଘଦିନ ଧରି ତେଜସ୍ୱନୀ ମାନସିକ ଅଶାନ୍ତିରେ ଥିଲେ। ଏକ କୁକୁଡ଼ା ଫାର୍ମ ପାଇଁ ତେଜସ୍ୱନୀଙ୍କ ସ୍ୱାମୀ ଋଣ ଆଣିଥିଲେ। କିନ୍ତୁ ସେହି ବ୍ୟବସାୟରେ ବ୍ୟାପକ କ୍ଷତି ସହିଥିଲେ। ପରେ ସେ ତାଙ୍କ କୁକୁଡ଼ା ଫାର୍ମକୁ ବନ୍ଦ କରିଦେଇଥିଲେ। ଫଳରେ ତାଙ୍କ ପରିବାର ଆଥର୍କି ସ୍ଥିତି ଆହୁରି ଦୁର୍ବଳ ହୋଇପଡ଼ିଥିଲା।
The post ପୁଅରେ ତୋ ଜନ୍ମଦିନ ପାଳିବାକୁ ମୁଁ ଅସମର୍ଥ, ମୁଁ ଚାଲିଯାଉଛି… appeared first on Odisha Reporter.
from Odisha Reporter https://ift.tt/BZqM9EA
No comments:
Post a Comment