ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। କର୍ଣ୍ଣପୁଟ ବିଟର କୋଇ ରିଜର୍ଭ ଫରେଷ୍ଟରେ ଏକ ବାଘର ଗଳିତ ମୃତଦେହ ଠାବ କରାଯାଇଛି। ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି। ବାଘର ମୃତ୍ୟୁ ପ୍ରାୟ ୪ ଦିନ ତଳେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ କିଏ ଓ କାହିଁକି ଜଙ୍ଗଲରେ ଜାଲ ବିଛାଇଥିଲେ ସେନେଇ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଟ୍ରେନ ଧକ୍କାରେ ୩ଟତ ହାତୀଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ରାତିରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଗତକାଲି ସକାଳେ ଆଉ ଏକ ଛୁଆ ହାତୀ ଓ ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା। ଗୁରୁବାର ସନ୍ଧ୍ୟା ସମୟରେ ଏକ ୧୯ ଟିକିଆ ହାତୀପଲ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ରେଳ ଧାରଣା ପାରି ହେଉଥିଲା ବେଳେ ମାଲବାହୀ ଟ୍ରେନ୍ ହାତୀ ପଲଙ୍କୁ ଧକ୍କା ଦେଇଥିଲା। ଟ୍ରେନ୍ ଧକ୍କାରେ ୩ଟି ହାତୀ ଗୁରୁତର ହୋଇଥିଲେ।
The post କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/dMf6Ejx
No comments:
Post a Comment