ଅସଦାଚରଣର ଶିକାର ହେବା ଅସହ୍ୟ ହେଲା, ନାବାଳିକା ନେଲେ ଚରମ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 23, 2022

ଅସଦାଚରଣର ଶିକାର ହେବା ଅସହ୍ୟ ହେଲା, ନାବାଳିକା ନେଲେ ଚରମ ନିଷ୍ପତ୍ତି

ତେଲକୋଇ(ଚିନ୍ମୟ କୁମାର ସାହୁ):  ଅସଦାଚରଣର ଶିକାର ହେବା ଅସହ୍ୟ ହେଲା। ଏହାକୁ ସାହି ପଡ଼ିଶା କେଉଁ ନଜରରେ ଦେଖିବେ, କିପରି ପୁଣି ଥରେ ମୁଣ୍ଡ ଟେକି ବାଟ ଚାଲିବେ, ସେହି ଚିନ୍ତାରେ ଘାରି ହେଉଥିବା ନାବାଳିକା ଶେଷରେ ନେଲେ ଚରମ ନିଷ୍ପତ୍ତି।  ଏପରିକି ଅସଦାଚରଣର ଶିକାର ହୋଇଥିବା ନାବାଳିକାଜଣକ ଲୋକଲଜ୍ଜା ଭୟରେ ଶେଷରେ ନିଜ ଜୀବନ ହାରିଦେଲେ। ଏପରି ଅଭାବନୀୟ ଘଟଣା  କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଘଟିଛି।

ସୂଚନା ଅନୁଯାୟୀ, ୧୬ ବର୍ଷୀୟା ନାବାଳିକାଜଣକ  ନିଜ ସାଙ୍ଗ ସହିତ ଗାଁ ପାଖ ଝରଣାକୁ ଗତକାଲି ଗାଧୋଇ ଯାଇଥିଲେ। ଏହି ସମୟରେ ଗାଁର ସରୋଜ ପ୍ରଧାନ ନାମକ  ୨୨   ବର୍ଷୀୟ  ଯୁବକ ତାଙ୍କୁ ଜୋର ଜବରଦସ୍ତ ଅସଦାଚରଣ କରିଥିଲେ । ଏ ଘଟଣାକୁ ଗାଁର କିଛି ଲୋକ ଦେଖିଥିଲେ । ଏପରି ଭାବେ ନିଜ ଅପମାନକୁ ବରଦାସ୍ତ କରି ପାରି ନ ଥିଲେ ପୀଡ଼ିତା।  ଏପରିକି ପୁଣି ଥରେ କିପରି ମୁଣ୍ଡ ଟେକି ବଞ୍ଚିବେ ବୋଲି ତାଙ୍କୁ ବାଟ ଦେଖାଯାଉ ନ ଥିବା ବେଳେ ଶେଷରେ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇ   ବିଷ ପିଇ ଦେଇଥିଲେ ।

ଏକଥା ଜାଣି ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଅନୁଗୋଳ ଜିଲ୍ଲା ଖମାର ମେଡିକାଲକୁ ନେଇଥିଲେ । ଅବସ୍ଥା ଅଧିକ ସଂଗୀନ ହେବାରୁ ସେଠାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏ ଘଟଣାକୁ ନେଇ ମୃତ ନାବାଳିକାଙ୍କ ବାପା ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ୍‌ ତଦନ୍ତ  ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ମୃତ ନାବାଳିକାଙ୍କ ମୃତଦେହକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି ।  ଆଜି ଶଵ ବ୍ୟବଛେଦ ପରେ ଶେଷକୃତ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

The post ଅସଦାଚରଣର ଶିକାର ହେବା ଅସହ୍ୟ ହେଲା, ନାବାଳିକା ନେଲେ ଚରମ ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/gMFOU60

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages