ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 23, 2022

ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେଉଛି ନାମାଙ୍କନ ପ୍ରକ୍ରିୟା।  ଏହା ମେ’ ୩୧ ତାରିଖ ଯାଏ ଜାରି ରହିବ।  ଓଡ଼ିଶାର ଖାଲିଥିବା ୩ଟି ସିଟ୍ ପାଇଁ ବିଜେଡି ପାଖରେ ରହିଛି ଆବଶ୍ୟକ ବିଧାୟକ ସଂଖ୍ୟା। ତେଣୁ ନିର୍ଦ୍ୱନ୍ଦ୍ୱରେ ପ୍ରଥମ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି।  ତେବେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି।

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏନେଇ ସରପ୍ରାଇଜ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ପୂର୍ବ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ବିଜେଡି ଏଥର ମଧ୍ୟ ଏକାଧିକ ମହିଳାଙ୍କୁ ରାଜ୍ୟ ସଭା ପଠାଇବ ବୋଲି ଆଶା ରଖିଛନ୍ତି ବିଧାୟିକା ଉଷା ଦେବୀ।

ବିଧାୟିକା ଉଷା ଦେବୀ କହିଛନ୍ତି, ସବୁଥର ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛନ୍ତି। ଏଥର ବି ସେ ଦେବେ। ୩ଜଣ ମହିଳା ରାଜ୍ୟ ସଭାକୁ ଗଲେ ଭଲ।

The post ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ appeared first on Odisha Reporter.



from Odisha Reporter https://ift.tt/ruZbU2i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages