ମୁମ୍ବାଇ: ପୁଣି ନିଶାନାରେ ‘ଡି’ କମ୍ପାନୀ। ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ରେଡ୍ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ରେଡ୍ ହୋଇଛି। ବାନ୍ଦ୍ରା, ନାଗପାଡ଼ା, ବୋରିଭାଲି ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍ ଆଦି ଅଞ୍ଚଳରେ ଚଢ଼ାଉ ହୋଇଛି । ମୁଖ୍ୟତଃ ଦାଉଦ୍ ଇବ୍ରାହିମ୍ଙ୍କର ସାର୍ପସୁଟର୍, ଡ୍ରଗ୍ ଟ୍ରାଫିକର୍, ହାୱାଲା ଅପରେଟର୍ସ, ରିୟଲ ଇଷ୍ଟେଟ୍ ମ୍ୟାନେଜର୍ ଏବଂ ଅନ୍ୟାନ୍ୟ ପ୍ରମୁଖ ଅପରାଧୀମାନଙ୍କ ଉପରେ ଚଢ଼ାଉ ଚାଲିଛି। ଡି କମ୍ପାନୀ ସହ ଜଡ଼ିତ ମାଫିଆଙ୍କ ବିରୋଧରେ ଏନଆଇଏ ଗତ ଫେବୃଆରୀ ମାସରେ ମାମଲା ରୁଜୁ କରାଯାଇଥିଲା ।
ସେମାନଙ୍କ ମଧ୍ୟରୁ ଅନେକ ବିଦେଶୀ ଆତଙ୍କବାଦୀ ସହ ସାମିଲ ରହି ରହି ଅପରାଧିକ କାର୍ଯ୍ୟରେ ଲିପ୍ତ ଅଛନ୍ତି। ‘ବେଆଇନ୍ କାର୍ଯ୍ୟକଳାପ ପ୍ରିଭେନ୍ସନ୍ ଆକ୍ଟ’ (ୟୁଏପିଏ) ଉପଯୋଗ କରାଯାଇ ଏହି ମାମଲାରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯାଇଥିଲା। ପାକିସ୍ତାନର କରାଚିରେ ରହୁଥିବାବା ଡନ୍ ଦାଉଦ୍ ଇବ୍ରାହିମ୍ର ‘ଅଣ୍ଡର୍ୱାର୍ଲଡ୍ ନେଟ୍ୱର୍କ’ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ଏନଆଇଏ।
୨୦୦୩ରେ ଭାରତ ଓ ଆମେରିକା ଦାଉଦ୍ ଇବ୍ରାହିମ୍ଙ୍କୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି। ୧୯୯୩ ବମ୍ବେ ବୋମା ବିସ୍ଫୋରଣ ଘଟଣାରେ ମାଷ୍ଟର ମାଇଣ୍ଡ ଦାଉଦ୍ ଇବ୍ରାହିମଙ୍କକୁ ଧରାଇ ଦେଲେ ୨୫ ନିୟୁତ ଆମେରିକୀୟ ଡଲାର୍ ଘୋଷଣା କରାଯାଇଥିଲା।
The post ପୁଣି ନିଶାନାରେ ‘ଡି’ କମ୍ପାନୀ, ଦାଉଦଙ୍କ ସହଯୋଗୀଙ୍କ ଘରେ ଏନ୍ଆଇଏ ରେଡ୍ appeared first on Odisha Reporter.
from Odisha Reporter https://ift.tt/OjN7ZP4
No comments:
Post a Comment