କାଲିଠୁ ‘ଅସାନି’ ପ୍ରଭାବ, ଉପକୂଳରେ ବର୍ଷିବ ପ୍ରବଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 8, 2022

କାଲିଠୁ ‘ଅସାନି’ ପ୍ରଭାବ, ଉପକୂଳରେ ବର୍ଷିବ ପ୍ରବଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୬ ଘଣ୍ଟାରେ ଘଣ୍ଟାକୁ ୨୫ କିଲୋମିଟର ବେଗରେ ବଙ୍ଗୋପସାଗରରେ ଗତି କରୁଛି ଭୀଷଣ ବାତ୍ୟା ‘ଅସାନି’।   ପୁରୀଠାରୁ ୬୮୦ କିଲୋମିଟର ଦୂରରେ ଥିବା ‘ଅସାନି’  ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦେଇଛି। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ବଳବତ୍ତର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସନ୍ତାକାଲି ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଗୋଟିଏ, ୨ଟି ସ୍ଥାନରେ ବର୍ଷିବ। ସେହିଭଳି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ଗୋଟିଏ, ୨ଟି ସ୍ଥାନରେ ପ୍ରବଳ  ବର୍ଷା ହେବ। ଆସନ୍ତା ୧୨ ତାରିଖରେ ପାରାଦୀପ ନିକଟରେ ‘ଅସାନି’ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ ।  ଏଥିନିମନ୍ତେ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ଚାନ୍ଦବାଲି, ଗୋପାଳପୁର, ପାରାଦୀପ, ପୁରୀ ସିଗନାଲ ପୋର୍ଟରେ ବିପଦ ସଙ୍କେତ-୨ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ୧୦ ତାରିଖ ଯାଏ ‘ଅସାନି’ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତତ୍‌ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଉତ୍ତର ଆନ୍ଧ୍ର ଓଡ଼ିଶା ଉପକୂଳକୁ ପହଞ୍ଚିବା ବେଳକୁ ତାହା ଗତିପଥ ପରିବର୍ତ୍ତନ କରି ଉତ୍ତର – ଉତ୍ତର ପୂର୍ବ ଦିଗକୁ ମୁହାଁଇବ।  ଆସନ୍ତା ୪୮ ଘଣ୍ଟାରେ ତାହା ଭୀଷଣ ବାତ୍ୟାରୁ ବାତ୍ୟାରେ ରୂପାନ୍ତର ହେବ। ଏହି ସମୟରେ

ଆସନ୍ତା ୧୨ ତାରିଖ ବେଳକୁ ଏହା ପାରାଦୀପଠାରୁ ୧୧୦ କିମି ଦୂରରେ ଗତି କରିବା ସମ୍ଭାବନା ରହିଛି। ସେତେବେଳେ ଏହା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ସାରିଥିବ। ସେତେବେଳେ ଓଡ଼ିଶା ଉପକୂଳ ଆଖପାଖରେ ପବନର ବେଗ ସମୁଦ୍ର ମଝିରେ ୪୦-୫୦ ସର୍ବାଧିକ ୬୦ କିମି ରହିବା ସମ୍ଭାବନା ରହିଛି।

ଏହା ପ୍ରଭାବରେ ଆସନ୍ତା ୧୦ରୁ ୧୨ ତାରିଖ ଯାଏ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏହାବାଦ ୯ରୁ  ୧୧ ତାରିଖ ଯାଏ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମଧ୍ୟ ମତ୍ସ୍ୟଜୀବୀଙ୍କ ପ୍ରବେଶକୁ କଡ଼ାକଡ଼ି ମନା କରାଯାଇଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

The post କାଲିଠୁ ‘ଅସାନି’ ପ୍ରଭାବ, ଉପକୂଳରେ ବର୍ଷିବ ପ୍ରବଳ appeared first on Odisha Reporter.



from Odisha Reporter https://ift.tt/Fy2Rs0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages