ଯବାନଙ୍କୁ ଆକ୍ରମଣ କରି ବନ୍ଧା ହେଲେ ବାପପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 7, 2022

ଯବାନଙ୍କୁ ଆକ୍ରମଣ କରି ବନ୍ଧା ହେଲେ ବାପପୁଅ

ସମ୍ବଲପୁର(ଓଡ଼ିଶା ରପୋର୍ଟର): ଓଏପିଏଫ୍‌ ଯବାନଙ୍କୁ ମାଡ଼ ମାରି ବନ୍ଧା ହେଲେ ବାପପୁଅ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ। ଗତକାଲି ପୁଲିସ ଦୁଇ ଅଭିଯୁକ୍ତ ମନୋରଞ୍ଜନ ସାହୁ ଓ ତାଙ୍କ ପୁଅ ଅଙ୍କିତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ସୂଚନା ଅନୁସାରେ, ରେଙ୍ଗାଲି ଥାନା ଅଞ୍ଚଳରେ ମନୋରଞ୍ଜନଙ୍କର ଏକ ହୋଟେଲ ଅଛି। ଗତ ଶୁକ୍ରବାର ଦିନ ଓଏପିଏଫ୍‌ ଯବାନ ବଂଶୀ ଶବର ଉକ୍ତ ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରେ ହଠାତ୍‌ ବାପପୁଅ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ଯବାନ ଜଣଙ୍କ ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ।  ବାହାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଗତକାଲି ପୁଲିସ ମନୋରଞ୍ଜନ ଓ ତାଙ୍କ ପୁଅକୁ ଗିରଫ କରିଥିଲା।

ଉଭୟ ବାପ-ପୁଅଙ୍କ ନାମରେ ପୂର୍ବରୁ ମଧ୍ୟ ଥାନାରେ ମାମଲା ରହିଛି। ସଂପୃକ୍ତ ଯବାନଙ୍କୁ ମଦ୍ୟପ ଭାବି ବାପପୁଅ ଆକ୍ରମଣ କରିଥିବା ସୂଚନା ମିଳିଛି।

 

The post ଯବାନଙ୍କୁ ଆକ୍ରମଣ କରି ବନ୍ଧା ହେଲେ ବାପପୁଅ appeared first on Odisha Reporter.



from Odisha Reporter https://ift.tt/eyjEp1v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages