ଜୋର ଧରୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି; ଆଜି ଦେବଗଡ଼ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 1, 2022

ଜୋର ଧରୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି; ଆଜି ଦେବଗଡ଼ ବନ୍ଦ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ପରେ ଜୋର ଧରିଲାଣି ରାଜନୀତି।  ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ ତଥା ତିଲେଇବଣି ବିଡିଓଙ୍କ ଗିରଫଦାରୀ ଦାବି କରି ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଛି ।

ବିଜେପି କର୍ମୀ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରୁଛନ୍ତି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। କେବଳ ପରୀକ୍ଷା ଦେଇ ଯାଉଥିବା ଛାତ୍ରଛାତ୍ରୀଙ୍କ ଗାଡି ଏବଂ ଜରୁରୀକାଳୀନ ସେବାକୁ ଏଥରୁ ବାଦ ଦିଆଯାଇଛି । କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକ ବିଜେପି କର୍ମୀଙ୍କ ସହ ବନ୍ଦ ପାଳନରେ ସାମିଲ ହୋଇଛନ୍ତି।

ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ଘଟଣାକୁ ନେଇ ବିଜେପି- ବିଜେଡ଼ି ମଧ୍ୟରେ ଚାଲିଲାଣି ଟ୍ୱିଟ ୱାର । କିଛି ସରକାରୀ ଅଧିକାରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ଅଧିକାରୀ ନିଜ କାର୍ଯ୍ୟଶେଳୀକୁ ନ ସୁଧାରି ବିରୋଧୀ ଦଳ ନେତାଙ୍କ ସ୍ୱରକୁ ଚାପିବା ପାଇଁ ଆଇନର ଅପବ୍ୟବହାର କରୁଛନ୍ତି, ଯାହାକି ଗଣତନ୍ତ୍ର ପାଇଁ ବିପଦ ବୋଲି ମଧ୍ୟ ସେ କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ଟ୍ୱିଟର ଜବାବ ନିଜ ଟ୍ୱିଟ ମାଧ୍ୟମରେ ଦେଇଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି, ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଓଡ଼ିଶାରେ ଆଇନର ଶାସନ ଚାଲିଛି । ଏପରିକି ବିଜେଡି ବିଧାୟକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି । ସୁବାସ ବିଜେପି ବିଧାୟକ ବୋଲି ସେ କଣ ଆଇନରୁ ଊର୍ଦ୍ଧ୍ୱରେ କି ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ତିଳେଇବଣି ବିଡ଼ିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ୨ ସହଯୋଗୀଙ୍କୁ ବାନ୍ଧିଛି ପୁଲିସ୍‌।  ଗତକାଲି ତାଙ୍କୁ ସ୍ଥାନୀୟ ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ୭ ଦିନିଆ  ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦେବଗଡ଼ ସିଜେଏମ୍ କୋର୍ଟ । ଆସନ୍ତା ୭ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ ।

ବନ୍ଦ ପାଳନ ଯୋଗୁ ଖାଁ ଖାଁ ଦେବଗଡ଼ ରାସ୍ତା ।

ତିଲେଇବଣି ବିଡ଼ିଓ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ବିଧାୟକଙ୍କ ତରଫରୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିବା ବେଳେ କାମ ସାରି ଦେଖା କରିବେ ବୋଲି କହିଥିଲେ। ହେଲେ କିଛି ସମୟ ପରେ ବିଧାୟକ ୧୦ରୁ ଅଧିକ ସମର୍ଥକଙ୍କ ସହ ପହଞ୍ଚି ତାଙ୍କୁ ମାଡ଼ ମାରିଥିଲେ। ତିଳେଇବଣି ବିଡିଓଙ୍କ ଅଭିଯୋଗ ଆଧାରରେ, ପୁଲିସ ହତ୍ୟା ଉଦ୍ୟମ  ଅଭିଯୋଗରେ ସୁବାସଙ୍କୁ ଗିରଫ କରିଛି।

ଗତକାଲି ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ବିଡିଓଙ୍କ ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର ଏତଲା ଦେଇଥିଲେ। ହେଲେ ପୁଲିସ୍‌ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ ବୋଲି କହିଛି ରାଜ୍ୟ ବିଜେପି।  ପ୍ରଥମେ ବିଧାୟକ ଏତଲା ଦେଇଥିବା ବେଳେ ପରେ ବିଡିଓ ଏତଲା  ଦେଇଥିଲେ। ଅଥଚ ବିଧାୟକଙ୍କୁ ଗିରଫ କରାଗଲା ହେଲେ ତିଳେଇବଣି ବିଡିଓଙ୍କ ବିରୋଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି  ସାଧାରଣ ସଂପାଦକ ଗୋଲକ ମହାପାତ୍ର । ସୁବାସଙ୍କ ଗିରଫଦାରି ବିଜେଡିରଏକ ସୁପରିକଳ୍ପିତ ଯୋଜନା ବୋଲି ସେ ଅଭିଯୋଗ କରିଛନ୍ତି।

The post ଜୋର ଧରୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି; ଆଜି ଦେବଗଡ଼ ବନ୍ଦ appeared first on Odisha Reporter.



from Odisha Reporter https://ift.tt/mMD3EZB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages