ଅଧା ରହିଲା ମା’ ତାରିଣୀ ଦର୍ଶନ,ଗଛରେ ପିଟି ହେଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 1, 2022

ଅଧା ରହିଲା ମା’ ତାରିଣୀ ଦର୍ଶନ,ଗଛରେ ପିଟି ହେଲା କାର୍‌

ଅନୁଗୋଳ(ବିରଜା ପ୍ରସାଦ ଦାଶ):  ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥ ଝିମିରିପାଲି ଛକରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ୬ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ନଅ ବର୍ଷର ପିଲା ସହିତ ଦୁଇ ଜଣ ମହିଳା ଓ ତିନିଜଣ ପୁରୁଷ ଅଛନ୍ତି।

ଆଜି ସକାଳେ  ଫୁଲବାଣୀରୁ ଏକ ପରିବାର କାର୍‌ ଯୋଗେ ଘଟଗାଁ ମା’ ତାରୀଣିଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ। ଝିମିରିପାଲି ଛକ ନିକଟରେ କାର୍‌ର ଆଗ ଚକ ହଠାତ୍ ଫାଟିଯାଇଥିଲା। ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା।

ପାଲଲହଡ଼ା ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କାର୍‌ରେ ଡ୍ରାଇଭର ସମେତ ୬ ଜଣ ଥିଲେ। ପୁଲିସ  କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ  ହୋଇଯାଇଛି।

 

 

The post ଅଧା ରହିଲା ମା’ ତାରିଣୀ ଦର୍ଶନ,ଗଛରେ ପିଟି ହେଲା କାର୍‌ appeared first on Odisha Reporter.



from Odisha Reporter https://ift.tt/Nk17SJD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages