ପାଟନା: ପୁଣି ଏକ ମହାଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ଲାଲୁଙ୍କ ପରିବାର। ‘ଲ୍ୟାଣ୍ଡ ଫର ଜବ ସ୍କାମ’ ମାମଲାରେ ସିବିଆଇ ପଞ୍ଝାରେ ଲାଲୁଙ୍କ ପରିବାର ଫସିଛନ୍ତି। ଏହି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଘରେ ଖୋଳତାଡ଼ କରିଛି ସିବିଆଇ। ଶୁକ୍ରବାର କେନ୍ଦ୍ରୟୀ ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ଲାଲୁ ଏବଂ ତାଙ୍କର ପରିବାର ସଦସ୍ୟଙ୍କ ଘରେ ରେଡ୍ କରିଛି । ଲାଲୁ ପ୍ରସାଦ ଯାଦବ ତାଙ୍କ ସ୍ତ୍ରୀ ରାବ୍ରି ଯାଦବ ଏବଂ ତାଙ୍କ ଝିଅ ମିଶ୍ରା ଯାଦବ, ହେମା ଯାଦବଙ୍କ ନାମରେ ସିବିଆଇ ଏତଲା ରୁଜୁ କରିଛି । ସେହିପରି ଜମି ଦେଇ ଚାକରି ପାଇଥିବା କିଛି ଅଯୋଗ୍ୟ ପ୍ରାର୍ଥୀଙ୍କ ନାମ ମଧ୍ୟ ସବିଆଇ ଏଫଆଇଆରରେ ଉଲ୍ଲେଖ ରହିଛି।
୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ କେନ୍ଦ୍ରର ରେଳମନ୍ତ୍ରୀ ଥିଲେ। ତାଙ୍କ ସମୟରେ ଗ୍ରୁପ ଡି ଚାକିରି ପାଇଁ ଘୋଟାଲା ହୋଇଥିଲା। ଲାଲୁଙ୍କ ପରିବାର ସଦସ୍ୟ ନାମରେ ଜମି ମାଲିକାନା କରି କିଛି ଅଯୋଗ୍ୟ ପ୍ରାର୍ଥୀ ଚାକିରି ପାଇଥିଲେ। ଏହି ଘୋଟାଲା ଏବେ ସାମ୍ନାକୁ ଆସିବା ପରେ ସିବିଆଇ ଯାଞ୍ଚ ଆରମ୍ଭ କରିଛି। ପାଟନାରେ ଥିବା କିଛି ନାମିଦାମି ଜମି ଲାଲୁଙ୍କ ପରିବାର ନାମରେ ଟ୍ରାନ୍ସଫର କରିବାକୁ ଲାଞ୍ଚ ଦିଆଯାଥିଲା।
ଜମିର ମାଲିକାନା ଟ୍ରାନ୍ସଫର କଲେ ରେଲୱେରେ ଚାକିରି ମିଳିବ ବୋଲି ପ୍ରଲୋଭିତ କରାଯାଇଥିଲା। ଫଳରେ କେତେକ ଅଯୋଗ୍ୟ ପ୍ରାର୍ଥୀ ଏହି ଲୋଭନୀୟ ପ୍ରସ୍ତାବରେ ରାଜି ହୋଇ ନିଜର ଜମି ଲାଲୁଙ୍କ ପରିବାର ସଦସ୍ୟ ନାମକୁ ଟ୍ରାନ୍ସଫର କରିଥିଲେ। ବଦଳରେ ସେମାନେ ରେଲୱରେ ଗ୍ରୁପ ଡିରେ ଜାକିରି ପାଇଛନ୍ତି। ଯାହାକୁ ନେଇ ସବିଆଇ ଏତଲା ରୁଜୁ କରିଛି । ପୂର୍ବରୁ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଣ ଭୋଗୁଥିବା ବେଳେ ଏବେ ଆଉ ଏକ ଘୋଟାଲାରେ ଛନ୍ଦି ହେବା ଚର୍ଚ୍ଚାର ବିଷୟ ପାଲଟିଛି।
The post ଜମି ନେଇ ରେଲୱେରେ ଚାକିରି ଦେଇଥିଲେ, ସିବିଆଇ ପଞ୍ଝାରେ ଲାଲୁଙ୍କ ପରିବାର appeared first on Odisha Reporter.
from Odisha Reporter https://ift.tt/RVFGvwO
No comments:
Post a Comment