ବ୍ଲକ ଅଧ୍ୟକ୍ଷାଙ୍କୁ ସମର୍ଥନ ନ କରିବାରୁ ଗାଁରୁ ବାସନ୍ଦ ହେଲେ ସମିତି ସଭ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 20, 2022

ବ୍ଲକ ଅଧ୍ୟକ୍ଷାଙ୍କୁ ସମର୍ଥନ ନ କରିବାରୁ ଗାଁରୁ ବାସନ୍ଦ ହେଲେ ସମିତି ସଭ୍ୟା

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବିଜେଡି ବ୍ଲକ ଅଧ୍ୟକ୍ଷାଙ୍କୁ ସମର୍ଥନ ନ କରିବାରୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି ସମିତି ସଭ୍ୟଙ୍କୁ । ଏପରିକି ଏଥିନିମନ୍ତେ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ବେଳେ ସାଢ଼େ ୪ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି ।  ଏପରି ଘଟଣା ଗଞ୍ଜାମ ଜିଲ୍ଲା ସୁବଳୟା ପଞ୍ଚାୟତରେ ଘଟିଛି। ସୁବଳୟା ପଞ୍ଚାୟତ ସମିତି ସଭ୍ୟ ମାମି ଦାସ ଏନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମନାକୁ ଆସିଛି।

ଅଭିଯୋଗ ଅନୁଯାୟୀ, ପଞ୍ଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ମାମି ଦାସ ।  ଏହାପରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ତାଙ୍କ ଉପରେ ଚାପ ପଡ଼ିଥିଲା । କିନ୍ତୁ ସେ ଭୋଟ ଦେଇ ନ ଥିଲେ। ଫଳରେ ପ୍ରତିଶୋଧ ନିଆଁରେ ଜଳୁଥିବା ବ୍ଲକ ଅଧ୍ୟକ୍ଷାଙ୍କ ଗୋଷ୍ଠୀ ଏବେ ତାଙ୍କୁ ଗାଁରୁ ବାସନ୍ଦ କରିବା ସହ ତାଙ୍କ ଉପରେ ଜରିମାନା ପକାଇଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଅଭିଯୋଗକୁ ମିଛ ବୋଲି କହିଛନ୍ତି ଗ୍ରାମ କମିଟି ସଦସ୍ୟ ।

The post ବ୍ଲକ ଅଧ୍ୟକ୍ଷାଙ୍କୁ ସମର୍ଥନ ନ କରିବାରୁ ଗାଁରୁ ବାସନ୍ଦ ହେଲେ ସମିତି ସଭ୍ୟା appeared first on Odisha Reporter.



from Odisha Reporter https://ift.tt/6A3FzkJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages