କେନାଲରେ ଗାଧୋଉଥିବା ୧୧ ଯୁବକଙ୍କ ଉପରକୁ ଟେକା ମାଡ଼ କଲେ ବିରୋଧୀ, ୫ ଜଣଙ୍କ ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 15, 2022

କେନାଲରେ ଗାଧୋଉଥିବା ୧୧ ଯୁବକଙ୍କ ଉପରକୁ ଟେକା ମାଡ଼ କଲେ ବିରୋଧୀ, ୫ ଜଣଙ୍କ ପତ୍ତା ମିଳୁନି

ଯମୁନାନଗର:  ପୂର୍ବ ଶତ୍ରୁତା ନେଲା ସାଂଘାତିକ ରୂପ ।  କେନାଲରେ ଗାଧୋଉଥିବା ଏକ ଗୋଷ୍ଠୀର ୧୧ ଜଣଙ୍କ ଉପରକୁ ଅପର ଗୋଷ୍ଠୀର ଯୁବକମାନେ ଅତର୍କିତ ଭାବେ ଇଟା, ଟେକା ମାଡ଼ କରିବାରୁ ୫ ଜଣଙ୍କ ପତ୍ତା ମିଳୁନି ।  ଏପରି ଅଭାବନୀୟ ତଥା ଅମାନବୀୟ ଘଟଣା ହରିୟାଣାରେ ଘଟିଥିବା ବେଳେ ପୁଲିସ୍‌ ଆକ୍ରମଣକାରୀଙ୍କୁ ଖୋଜୁଛି।

ପୁଲିସ୍‌ ସୂଚନା ମୁତାବକ, ଗତକାଲି ୧୧ ଜଣ ଯୁବକ କାର୍‌ରେ ଯମୁନା କେନାଲ ନିକଟକୁ ଆସିଥିଲେ। ଏହାପରେ ସେମାନେ କୂଳ ନିକଟରେ କେନାଲରେ ଗାଧୋଉଥିଲେ। ଏହାର ସୁଯୋଗ ନେଇ ସେମାନଙ୍କର ବିରୋଧୀ ଗୋଷ୍ଠୀର ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯୁବକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ଏହାପରେ ଅତର୍କିତ ଭାବେ  କେନାଲରେ ଗାଧୋଉଥିବା ଯୁବକଙ୍କ ଉପରକୁ ସେମାନେ ଇଟା, ଟେକା ମାଡ଼ କରିଥିଲେ। ଫଳରେ ପ୍ରାଣ ବିକଳରେ ଗାଧୋଉଥିବା ଯୁବକମାନେ କୂଳକୁ ଆସି ନ ପାରି ପାଣି ଭିତରକୁ ଚାଲି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ପହଁରା ଜାଣି ନ ଥିବା ଜଣାପଡ଼ିଛି।

ସେମାନଙ୍କ ମଧ୍ୟରୁ ୬ ଜଣ ପହଁରି ଅନ୍ୟ କୂଳରେ ଲାଗି ଥିବା ବେଳେ ଆଉ ୫ ଜଣଙ୍କ ପତ୍ତା ମିଳୁନି। ଆକ୍ରମଣକାରୀମାନେ କେନାଲ କୂଳରେ ଛିଡ଼ା ହୋଇଥିବା କାର୍‌କୁ ମଧ୍ୟ ଚୁରମାର କରି ଦେଇଛନ୍ତି। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ କୂଳକୁ ଆସିଥିବା ଯୁବକମାନେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।

ଏହାପରେ ସ୍ଥାନୀୟ ଲୋକେ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି କେନାଲରେ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ନିଖୋଜ ଯୁବକମାନଙ୍କ  ପତ୍ତା ମିଳିନି। ନିଖୋଜମାନଙ୍କ ବୟସ ୧୯ରୁ ୨୧ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି।

ଉଭୟ ପକ୍ଷ ମଧ୍ୟରେ ୨୦୨୦ରୁ ଶତ୍ରୁତା ଲାଗି ରହିଥିବା ବେଳେ ବିପକ୍ଷ ଗୋଷ୍ଠୀ ଏପରି ଆକ୍ରମଣ କରିଥିବା ଯମୁନାନଗର ଡିଏସ୍‌ପି ସୂଚନା ଦେଇଛନ୍ତି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ତଲାସୀ ଆରମ୍ଭ କରିଛି।

The post କେନାଲରେ ଗାଧୋଉଥିବା ୧୧ ଯୁବକଙ୍କ ଉପରକୁ ଟେକା ମାଡ଼ କଲେ ବିରୋଧୀ, ୫ ଜଣଙ୍କ ପତ୍ତା ମିଳୁନି appeared first on Odisha Reporter.



from Odisha Reporter https://ift.tt/zOmZVRd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages