ମୋହନା(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ଲାକଟେରୀ ଗାଁରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଚିକିତ୍ସାଧୀନ ଅଛନ୍ତି। ୧୩ ଜଣ ଗାଁରେ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।
ପଚା ମାଛ ଖାଇ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ମେଡ଼ିକାଲ କର୍ମଚାରୀ କହିଛନ୍ତି। ହେଲେ ଝାଡାବାନ୍ତି ପଛରେ ଦୂଷିତ ପାଣି ମୁଖ୍ୟ କାରଣ ବୋଲି ଗାଁ ଲୋକେ କହିଛନ୍ତି। ମେଡ଼ିକାଲ ଟିମ୍ ଗାଁରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା କରିଛନ୍ତି। ଗ୍ରାମବାସୀଙ୍କୁ ସଚେତନ କରିବା ସହ କୂଅରେ ବ୍ଲିଚିଂ ପକାଇଛନ୍ତି। ଚିକିତ୍ସା ପରେସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
ମେଡ଼ିକାଲ କର୍ମଚାରୀ କହିଛନ୍ତି, ପଚା ମାଛ ଖାଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଛି। ଲୋକମାନଙ୍କୁ ସଚେତନା କରାଯାଉଛି। ଗାଁରେ ଦୁଇଟି କୂଅ ରହିଛି। କୂଅ ଗୁଡ଼ିକରେ ବ୍ଲିଚିଂ ପକାଯାଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି।
The post ଝାଡ଼ାବାନ୍ତିରେ ୨ମୃତ, ୧୪ ଅସୁସ୍ଥ appeared first on Odisha Reporter.
from Odisha Reporter https://ift.tt/0oCeNki
No comments:
Post a Comment