ଆର ପାରିରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 31, 2022

ଆର ପାରିରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ

ମୁମ୍ବାଇ: ଆରପାରିରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ  ଓରଫ କ୍ରିଷ୍ଣକୁମାର କୁନାଥ । ମଙ୍ଗଳବାର କୋଲକାତାରେ ବିବେକାନନ୍ଦ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ । ଏହାପରେ ତାଙ୍କୁ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା  ଖେଳିଯାଇଛି।

ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ । ‘ରେହ ନା ହେ ତେରେ ଦିଲ ମେ’  ଫିଲ୍ମର ‘ସଚ କେହରାହା ହେ  ଦୀଲ’ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ପରିଚୟ । ଏହାପରେ ବଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌  ଗୀତ ଦେଇ ଚାଲିଥିଲେ ।

ଏକ ୨ ଦିନିଆ କନସର୍ଟରେ ଯୋଗ ଦେବାକୁ କେକେ କୋଲକତା ଯାଇଥିଲେ । ସେଠାରେ ସୋମବାର ସେ ଏକ କନସର୍ଟରେ ଯୋଗ ଦେଇଥିଲେ। ଏହାପରେ ମଙ୍ଗଳବାର ବିବେକାନନ୍ଦ କଲେଜରେ ତାଙ୍କର ଏକ କନସର୍ଟ ଥିଲା। ଏହାପରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେକେଙ୍କ ମୃତ୍ୟୁ ଖବର ପାଇ  ଆଜି ପତ୍ନୀ ଓ ପରିବାର ସଦସ୍ୟ  କୋଲକତାରେ ପହଞ୍ଚିବେ । ଏହାପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକ  ପ୍ରକଟ କରି ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି। ଏଥିସହ ଗୃହମନ୍ତ୍ରୀ ଅମତ ଶାହଙ୍କ ସମେତ ବଲିଉଡର ବହୁ ବଡ଼ ବଡ଼ କଳାକାର ମଧ୍ୟ କେ.କେଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରି ନାହାନ୍ତି।

୧୯୯୯ ମସିହାରେ କେ.କେଙ୍କ ପ୍ରଥମ ଆଲବମ ‘ପଲ’ ରିଲିଜ ହୋଇଥିବା ବେଳେ ଏହା ସୁପରହିଟ ସାବ୍ୟସ୍ତ ହୋଇଥିଲା। ସଙ୍ଗୀତ ସମୀକ୍ଷକ ଏହାକୁ ଖୁବ୍‌ ପ୍ରଶଂସା କରିଥିଲେ।  ଏହାପରେ ୨୦୦୦ ମସିହାରୁ ସେ ବଲିଉଡ ଫିଲ୍ମ ପାଇଁ ଗୀତ ଗାଇବା ଆରମ୍ଭ କରିଥିବା ବେଳେ ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ‘ମାଚିସ’ ଫିଲ୍ମର ଛୋଡ ଆୟେ ହମ ଓ ଗଲିୟା, ହମ ଦିଲ ଦେ ଚୁକେ ସନମ ଭଳି ହିଟ୍ ଫିଲ୍ମର ତଡପ ତଡପ  … ସବୁଥିରେ ରହିଥିଲା ତାଙ୍କର ସ୍ୱତନ୍ତ୍ର ଛାପ ।  କେ.କେ ହିନ୍ଦୀ ସମେତ ତାମିଲ, ତେଲଗୁ, କନ୍ନଡ, ମଲୟାଲମ, ମରାଠୀ ଓ ବଙ୍ଗାଳୀ ସମେତ ବହୁ ଭାଷାରେ ଗୀତ ଗାଇଛନ୍ତି।

କେକେଙ୍କ ଅକାଳ ମୃତ୍ୟୁ ବଲିଉଡକୁ ଏକ ଶକ୍ତ ଝଟକା ସଦୃଶ ହୋଇଥିବାଳ ବେଳେ ଏହି ଖବରକୁ ବହୁ ସେଲିବ୍ରିଟି ବିଶ୍ୱାସ କରିପାର ନାହାନ୍ତି। ସିଙ୍ଗର ବାବୁଲ ସୁପ୍ରିୟୋଙ୍କ ସମେତ ଅନେକ ନିର୍ଦ୍ଦେଶକ ମେଡିକାଲ ଯାଇ କେ.କେଙ୍କ ଶେଷ ଦର୍ଶନ କରିଛନ୍ତି । ଆଜି କୋଲକାତାରେ କେ.କେଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ।

The post ଆର ପାରିରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ appeared first on Odisha Reporter.



from Odisha Reporter https://ift.tt/znqUIp1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages