ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ଭୋଟ୍ ଦେବା ପାଇଁ ନିଜ ନିଜ ବୁଥରେ ଆସି ସକାଳୁ ସକାଳୁ ଭିଡ଼ ଲଗାଇଛନ୍ତି ଭୋଟର।
ଉପନିର୍ବାଚନର ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ। ବ୍ରଜରାଜନଗରର ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି।
ଭୋଟ୍ ପାଇଁ ମୋଟ ୧ ହଜାର ୨୨୮ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି। ଆଇନଶୃଙ୍ଖଳା ପାଇଁ ୧ ହଜାର ପୁଲିସ ଅଧିକାରୀ, ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହୋଇଛନ୍ତି। ୨୭୯ ବୁଥରେ ମତଦାନ ହେଉଛି। ସେଥିମଧ୍ୟରୁ ୬୦ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ୫ ୦ ପ୍ରତିଶତ ବୁଥରେ ୱେବ୍ କାଷ୍ଟିଂ କରାଯିବ ୫ଟି ପିଙ୍କ୍ ବୁଥ ପାଇଁ କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। .
The post ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ, ନେତା ବାଛିବେ ୨ଲକ୍ଷରୁ ଅଧିକ ଭୋଟର appeared first on Odisha Reporter.
from Odisha Reporter https://ift.tt/MfYhHjW
No comments:
Post a Comment