ପଞ୍ଜାବ ଗାୟକଙ୍କୁ ହତ୍ୟା ଘଟଣା,ତିହାର ଜେଲରୁ ରଚାଯାଇଥିଲା ଷଡ଼ଯନ୍ତ୍ରର ପ୍ଲଟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 30, 2022

ପଞ୍ଜାବ ଗାୟକଙ୍କୁ ହତ୍ୟା ଘଟଣା,ତିହାର ଜେଲରୁ ରଚାଯାଇଥିଲା ଷଡ଼ଯନ୍ତ୍ରର ପ୍ଲଟ !

ନୂଆଦିଲ୍ଲୀ: ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୋଜ୍‌ ୱାଲାଙ୍କୁ ଗତକାଲି କିଛି ଅଜଣା ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଛନ୍ତି।  ମାନଜା ଜିଲ୍ଲାର ଜାୱାହାରକେ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ସିଦ୍ଧୁ ମୋଜ୍‌ ୱାଲାଙ୍କ ସମେତ ୪୨୪ ଜଣଙ୍କର ସୁରକ୍ଷ୍ୟା ବ୍ୟବସ୍ଥା ହଟାଇ ଦିଆଯିବାର ଦିନକ ପରେ ଏହି  ଅଭାବନୀୟ କାଣ୍ଡ ଘଟିଛି । ସିଦ୍ଧୁ ମୋଜ୍‌ ୱାଲା ହତ୍ୟାକାଣ୍ଡରେ କାନାଡ଼ା ବେସ୍‌ଡ୍‌ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରର୍‌ ନିଜକୁ ଦାୟୀ  କରିଛି। ହେଲେ ଏହି ହତ୍ୟାକାଣ୍ଡ  ପାଇଁ ତିହାର ଜେଲରୁ ଷଡ଼ଯନ୍ତ୍ରର ପ୍ଲଟ ରଚାଯାଇଥିବା ସୁରାକ ମିଳିଛି।

ଏଥିପାଇଁ ପୁଏସ ତିହାର ଜେଲରେ ରହୁଥିବା ଲରେନ୍ସ ଲରେନ୍ସ ବିଷ୍ଣୋଇକୁ ସନ୍ଦେହ କରିଛି। ତାଙ୍କୁ ରିମାଣ୍ଡରେ ଆଣି ଜେରା ପାଇଁ ପୁଲିସ ପ୍ରସ୍ତୁତ ଚଳାଇଛି।  ଗତକାଲି ଗୁଳିକାଣ୍ଡରେ ସିଦ୍ଧୁ ମୋଜ୍‌ ୱାଲାଙ୍କ ଦୁଇ ଜଣ ସହଯୋଗୀ ଗୁରୁତର ହୋଇଥିବା ଜଣାପଡ଼ିଛି।  ପୁଲିସ କହିବା ଅନୁଯାୟୀ ଗତକାଲି ସିଦ୍ଧୁ ମୋଜ୍‌ ୱାଲା ତାଙ୍କର ବ୍ୟକ୍ତିଗତ ୨ କମାଣ୍ଡୋଙ୍କୁ ସାଙ୍ଗରେ ନେଇ ନଥିଲେ କି ତାଙ୍କ ବୁଲେଟ ପ୍ରୁଫ କାର ବ୍ୟବହାର କରି ନଥିଲେ।  ସିସିଟିଭି ଫୁଟାଜରୁ ଜଣାପଡ଼ିଛି ଯେ, ସିଦ୍ଧୁ ମୋଜ୍‌ ୱାଲା ଏକ ଏସୟୁଭି କାରରେ ଯାଉଥିବା ବେଳେ ତାଙ୍କୁ ଏକ ବୋଲେରୋ ପଛା  କରିଥିଲା । ସେହିପରି ଆଗପଟୁ ଅନ୍ୟ ୨ଟି କାର ଆସି ତାଙ୍କ ପଥରୋଧ କରିଥିଲା।  କିଛି ସମୟ ପରେ ଦୁର୍ବୃତ୍ତମାନେ  ସିଦ୍ଧୁ ମୋଜ୍‌ ୱାଲାଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ।

ତାଙ୍କ ହତ୍ୟାକାଣ୍ଡରେ  ଏନ-୯୪ ରୁଷ ରାଇଫଲ ବ୍ୟବହାର କରାଯାଇଥିବା ପୁଲିସ କହିଛି । ତାଙ୍କ ଉପରକୁ ପାଖାପାଖି ୩୦ଟି ବୁଲେଟ ମାଡ଼ ହୋଇଛି।  ଏହି ଘଟଣା ପାଇଁ ଗୋଲଡି ବ୍ରର୍ ନାମକ ଜଣେ ଗ୍ୟାଙ୍ଗଷ୍ଟର ନିଜ ଫେସବୁକ୍ ଆକାଣ୍ଟରେ ପୋଷ୍ଟ କରି ନିଜକୁ ଦାୟୀ କରିଛି । ଗୋଲଡି ବ୍ରର୍ ହେଉଛନ୍ତି ତିହାର ଜେଲରେ  ରହୁଥିବା  ଲରେନ୍ସଙ୍କ ମୁଖ୍ୟ ସହଯୋଗୀ। ଲରେନ୍ସ ଏବେ ତିହାର ଜେଲରେ ଅଛିନ୍ତି। ଯାହାକୁ ରିମାଣ୍ଡରେ ଆଣି ଜେରା କରିବାକୁ ପୁଲିସ ଯୋଜନା କରୁଛି।  ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତାକରୀ ଟିମ୍‌ ଗଠନ କରାଯାଇଛି।

The post ପଞ୍ଜାବ ଗାୟକଙ୍କୁ ହତ୍ୟା ଘଟଣା,ତିହାର ଜେଲରୁ ରଚାଯାଇଥିଲା ଷଡ଼ଯନ୍ତ୍ରର ପ୍ଲଟ ! appeared first on Odisha Reporter.



from Odisha Reporter https://ift.tt/UfXiDKF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages